Videos
|
Odisha

ବିଜେଡିର ଟଙ୍କା ବଣ୍ଟାକୁ ଗ୍ରାମବାସୀଙ୍କ ବିରୋଧ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଜେଡିର ଟଙ୍କା ବଣ୍ଟାକୁ ଗ୍ରାମବାସୀଙ୍କ ବିରୋଧ

ଅର୍ଗସ ବ୍ୟୁରୋ:  ବିଜେଡିର ଟଙ୍କା ବଣ୍ଟାକୁ ଗ୍ରାମବାସୀଙ୍କ ବିରୋଧ । ପାଟଣା ନିର୍ବାଚନ ମଣ୍ଡଳୀରେ ଟଙ୍କା ବଣ୍ଟା ଭିଡ଼ିଓ ଭାଇରାଲ ହୋଇଛି । ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ଗୋଟିଏ ଦିନ ବାକି ରହିଥିବା ବେଳେ ପ୍ରାର୍ଥୀ ନିଜ ସପକ୍ଷରେ ଭୋଟ ନେବା ପାଇଁ ବିଭିନ୍ନ ଉପାୟ କରୁଥିବା ଦେଖାଯାଉଛି । କେଉଁଠି ଖୋଲମ ଖୋଲା ଟଙ୍କା ବଣ୍ଟା ଯାଉଛି କେଉଁଠି ପ୍ରାର୍ଥୀଙ୍କ ସମର୍ଥକ ଗୁଣ୍ଡା ଗର୍ଦି କରିବାକୁ ପଛାଉ ନାହାଁନ୍ତି।

କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ର ରାଜନଗର ପଞ୍ଚାୟତ ରେ ବିଜେଡି ର ଖୋଲମ ଖୋଲା ଟଙ୍କା ବଣ୍ଟା ଯାଉଥିବା ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଯୁବକ ହାତରେ ଟଙ୍କା ଧରିଥିବା ବେଳେ ଅନ୍ୟ ଜଣେ ଯୁବକ ଖାତା ଓ ପେନ ଧରିଛନ୍ତି। ଯୁବକ ଦୁଇ ଜଣ ଗାଁ ମଝିରେ କୁ ଯାଇ ଟଙ୍କା ନେଇ ବିଜେଡିକୁ ଭୋଟ ଦେବା ପାଇଁ କହୁଥିବା ଦେଖା ଯାଇଛି। ଗ୍ରାମର କିଛି ସଚେତନ ନାଗରିକ ଏପରି ଟଙ୍କା ବଣ୍ଟାକୁ ବିରୋଧ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Villagers' opposition to BJDs money distribution | Argus News