ପାଣି ଓ ରାସ୍ତା ସମସ୍ୟା ନେଇ ଗ୍ରାମବାସୀଙ୍କ ଧାରଣା
·2 years ago

କେନ୍ଦୁଝର: ପାଣି ଓ ରାସ୍ତା ସମସ୍ୟା ନେଇ ଧାରଣା ଦେଲେ ଗ୍ରାମବାସୀ । କେନ୍ଦୁଝର ଘଟଗାଁ ବ୍ଲକ ଟେଣ୍ଟେଇଟାଙ୍ଗର ସାହିରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ସାହିରେ ୩୦୦ ରୁ ୪୦୦ ଲୋକ ବସବାସ କରୁଥିବା ବେଳେ ଗୋଟିଏ ନଳକୂପ ରହିଛି। ହେଲେ ତାହା ଏବେ ଅଚଳ ।
ଏହା ସହ ରାସ୍ତା ସମସ୍ୟା ନେଇ ସାହିବାସୀ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସମସ୍ୟା ଦୂର ନ ହେଲେ ଭୋଟ ବର୍ଜ୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: