Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି ପାଇଁ ଡହଳବିକଳ ଶରଧା ଗ୍ରାମବାସୀ

Ritu Das
Browse all articles by Ritu Das
·2 years ago·1 min read
ପାଣି ପାଇଁ ଡହଳବିକଳ ଶରଧା ଗ୍ରାମବାସୀ

ଅର୍ଗସ ବ୍ୟୁରୋ: ଏବେ ଜଳୁଛି ସାରା ଓଡ଼ିଶା। ଏହାମଧ୍ୟରେ ଗାଁମାନଙ୍କରେ ଜଳକଷ୍ଟ ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ପାଣି ମୁନ୍ଦେ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ରାଜ୍ୟ ସରକାର ପ୍ରତି ଘରେ ପାଣି ଦିଆଯାଉଛି ବୋଲି ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବାସ୍ତବ ଚିତ୍ର ହେଉଛି ସମ୍ପୂର୍ଣ୍ଣ ଭିନ୍ନ। ପାଣି ପାଇଁ ଗାଁ ଗାଁରେ ହାହାକାର ଦେଖିବାକୁ ମିଳିଛି। 

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକର ଶରଧା ଗ୍ରାମରେ ଦେଖିବାକୁ ମିଳିଛି ପାନୀୟ ଜଳ ସମସ୍ୟା। ଗ୍ରାମରେ 7ରୁ 8 ହଜାର ଲୋକେ ପାଣି ପାଇଁ ନିଇତି କରୁଛନ୍ତି ସଂଘର୍ଷ। ଗ୍ରାମରେ 4ରୁ 5ଟି ଗଭୀର ନଳକୂପ ରହିଛି କିନ୍ତୁ କିଛି କାମରେ ଆସୁନି। ଗ୍ରାମର ମୁଣ୍ଡା ସାହିରେ ଗୋଟିଏ ନଳକୂପ ମଧ୍ୟ ଅଛି କିନ୍ତୁ ପାଣି ଟିକକ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଜଳ ସମସ୍ୟାକୁ ଦେଖି Rwss ମାଧ୍ୟମରେ ଉଚ୍ଚ ପାଣି ଟାଙ୍କି ଦୁଇ ତିନ ବର୍ଷ ହେବ ନିର୍ମାଣ ହୋଇଛି। ଘରକୁ ଘର ପାଣି ପାଇପ ବି ବିଛାଯାଇଛି। ହେଲେ ଆଜି ଯାଏ ଏହା ମାଧ୍ୟମରେ ଜଳ ଯୋଗାଣ ହୋଇପାରିଲା ନାହିଁ। ଏହାକୁ ନେଇ ପଞ୍ଚାୟତଠୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ। 

ଖାଲି ପାନୀୟ ଜଳ ନୁହଁ ଗ୍ରାମରେ ପାଣି ପରି ରାସ୍ତା ଓ ବିଦ୍ୟୁତ ସମସ୍ୟା ମଧ୍ୟ ରହିଛି। ଦୁଇ ବର୍ଷ ଆଗରୁ ନୂତନ ରାସ୍ତାଟିଏ ନିର୍ମାଣ ହୋଇଥିଲା ମାତ୍ର ଏହାର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ଯାହାଫଳରେ ଯାତାୟାତରେ ଅନେକ ସମସ୍ୟା ସୃଷ୍ଟି ହୋଇଛି। ଏବେବି ଗ୍ରାମର ଅନେକ ପରିବାର ଅନ୍ଧାରରେ। ବିଜୁଳି ପାଇଁ ବିଦ୍ୟୁତ କାର୍ଯ୍ୟାଳୟକୁ ଦୌଡିଦୌଡ଼ି ନୟାନ୍ତ ହୋଇଥିଲେ ସୁଦ୍ଧା କିଛି ବି ସୁଫଳ ମିଳିପାରିନି। ତେବେ କେବେ ସରକାର ଏମାନଙ୍କ ଉପରେ ନଜର ଦେବେ। କେବେ ଏଠିକାର ଲୋକଙ୍କ ସମସ୍ୟା ସମାଧାନ ହେବ ତାକୁ ହିଁ ଅପେକ୍ଷା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
Villagers | Argus News