କୂଅ ଓ ନଦୀର ଗୋଳିଆ ପାଣି ପିଇ କଟୁଛି ଦିନ

ଅର୍ଗସ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଉପାନ୍ତ ଅଞ୍ଚଳର ଦୃଶ୍ୟା ।ସ୍ଵାଧୀନତାର ବହୁ ବର୍ଷ ଵିତିଯାଇଥିଲେ ଵି ଏଠାରେ ଏଯାଏଁ ପହଁଚିପାରିନି ସରକାରୀ ଯୋଜନା।ଶୁଦ୍ଧ ପାନୀୟ ଜଳର ବ୍ୟବସ୍ତା ସହ ଖଣ୍ଡିଏ ରାସ୍ତା ଓ ବିଜୁଳି ଆଲୁଅ ସାଜିଛି ସାତ ସପନ ।ଗୋଟିଏ ମାତ୍ର ନଳ କୂଅ ଉପରେ ନିର୍ଭର କରନ୍ତି ଗ୍ରାମର ଅଧିକାଂଶ ପରିଵାର । ଗ୍ରାମରେ ନଳକୂଅ ଥିଲେ ମଧ୍ୟ ସେଥିରୁ ବାହାରୁନି ପାଣି । ସେପଟେ ସରକାରୀ କୂଅ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଵା ରୁ ଗ୍ରାମଵାସୀ ଙ୍କ ମିଳିତ ସହ ଯୋଗ ରେ ହାତ ରୁ ଟଙ୍କା ଖର୍ଚ୍ଚ କରି କୂଅ ର ପୁନରୁଦ୍ଦାର କରିଵା ପରେ ତାହା ହଁ ପାଲଟିଛି ଏକମାତ୍ର ଭରସା । ଆଉ ଖରା ଦିନେ କୂଅ ଶୁଖିଗଲେ ମୁଣ୍ତରେ ହାଣ୍ତି ଧରି କୋଶେ ଦୂର ରେ ଥିଵା ନଦୀ କୁ ଯିଵା କୁ ପଡେ।
ଯଶିପୁର ବ୍ଲକ ର ଅନ୍ୟ ଏକ ଗ୍ରାମ ପୋଡାଗୋଡ ରେ 90 ରୁ ଉର୍ଦ୍ଧ ପରିଵାର ଵସଵାସ କରନ୍ତି । ଏଠାରେ ମଧ୍ୟ ଲୋକଙ୍କ ପ୍ରମୁଖ ସମାସ୍ୟା ପିଇବା ପାଣି। ଗ୍ରାମ ରେ ସୋଲାର ଵ୍ୟଵସ୍ଥା ଥାଇ ମଧ୍ୟ ଶୁଦ୍ଧ ପାନୀୟ ଜଳ ରୁ ବଞ୍ଚିତ ଗ୍ରାମବାସୀ। ଗୋଟିଏ ନଳକୂଅ ଵ୍ୟଵହାର ଯୋଗ୍ୟ ହୋଇଥିଵା ଵେଳେ ତାହା ମଧ୍ୟ ଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଅସଫଳ। ଗୋଟେ କିମ୍ବା ଦୁଇ ବାଲ୍ଟି ପାଣି ନେଲା ପରେ ପାଣି ବାହାରିବା ସଂପୂଣ୍ଣ ଵନ୍ଦ ହୋଇଯାଏ। ଆଉ ଏପଟେ ନଳକୂଅ ରୁ ଵାହାରି ଥିଵା ପାଣି କିଛି ସମୟ ରହିବା ପରେ ତାର ରଙ୍ଗ ବଦଳି ଯାଏ। ସେହି ପାଣି କୁ ପିଇଲେ ବିଭିନ୍ନ ସ୍ଵାସ୍ଥ୍ୟଗତ ସମାସ୍ୟା ଦେଖାଦିଏ ଵୋଲି ଅଭିଯୋଗ କରିଛନ୍ତି ଗ୍ରାମଵାସୀ। ସମସ୍ୟାକୁ ନେଇ ଵାରମ୍ବାର ସରପଞ୍ଚ ଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଵା କହିଛନ୍ତି ଗ୍ରାମଵାସୀ । ପୂର୍ବର 25ବର୍ଷର ସ୍ଥିର ସରକାରର ଏ ହେଉଛି ଅସଲ ବିକାଶର ଚିତ୍ର । କେଉଁଠି ପାଣି ନାହିଁ,ବିଜୁଳି ନାହିଁ ,ରାସ୍ତା ନାହିଁ । ଦୀର୍ଘ ଦିନର ଅନ୍ତରାଳ ପରେ ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର । ତେବେ ଅତିଶୀଘ୍ର ଏଠାକାର ବାସିନ୍ଦାଙ୍କ ସମସ୍ୟା ଦୂର ହେବ ବୋଲି ସମସ୍ତେ ଆଶାବାଦୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର: