Videos
|
Odisha

ଅଠର ଖଣ୍ଡ ଗାଁ ପାଇଁ ସାହାରା ପାଲଟିଛି କାଠପୋଲ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଅଠର ଖଣ୍ଡ ଗାଁ ପାଇଁ ସାହାରା ପାଲଟିଛି କାଠପୋଲ

ଅର୍ଗସ ବ୍ୟୁରୋ:  ମାଲକାନଗିରି ଜିଲ୍ଲା କରକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତର 18ଟି ଗାଁର ଲୋକେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ବୁଖିନ ହେଉଛନ୍ତି। ଏହି 18ଟି ଗ୍ରାମ ସବୁ ବେଳେ ଖାଇରପୁଟ ଓ କୁଡୁମୁଳୁଗୁମ୍ମା ଉପରେ ନିର୍ଭର କରନ୍ତି। ହାଟ, ବଜାର, ସ୍କୁଲ, କଲେଜ ଓ ମେଡିକାଲ ଯିବା ବେଳେ କୁଡୁମୁଳୁଗୁମ୍ମା ଓ ଖଇରପୁଟ ଉପରେ ନିର୍ଭର କରନ୍ତି। ବଣ ପାହାଡ ଘେରା ମଧ୍ୟରେ ରହିଛି ଏହି ଗାଁ ଗୁଡିକ। ବର୍ଷ ବର୍ଷ ଧରି ଏମାନଙ୍କ ପାଖରେ ସରକାରଙ୍କ ମୌଳିକ ସୁବିଧା ସହଜରେ ପହଞ୍ଚି ପାରିନାହିଁ। ରାସ୍ତା ଖରାପ ଯୋଗୁ ଗାଁକୁ ଗାଡି ମୋଟର ଯାଇ ପାରୁନାହିଁ। ପିଡ଼ିଏସ ଚାଉଳ ପାଇଁ ପ୍ରାୟ 12 କିଲୋମିଟର ଚାଲି ଚାଲି ଓରଙ୍ଗୀ ଗ୍ରାମକୁ ଆସିବାକୁ ପଡ଼େ। ବିଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳରେ ପରିଣତ କରାଗଲା ବୋଲି ତତ୍କାଳୀନ ସରକାର ଯେଉଁ ଢ଼ିଣ୍ଡରା ପିଟୁଥିଲେ କିନ୍ତୁ ଆଜି ବି ବିଛିନ୍ନା ହୋଇ ରହିଛନ୍ତି ଏହି ଅଞ୍ଚଳର ଲୋକେ।

କିଛି ବର୍ଷ ତଳେ 18ଟି ଗାଁକୁ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା କାମ ଆରମ୍ଭ ହୋଇଥିଲା। ବହୁ ଦିନପରେ ନିଜ ଅଞ୍ଚଳକୁ ରାସ୍ତା ସଂଯୋଗ ହେଉଥିବା ଦେଖି ଅଞ୍ଚଳବାସୀ ଖୁସି ହୋଇଗଲେ। କିନ୍ତୁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଆଜି ଯାଏଁ  ରାସ୍ତା କାମ ସମ୍ପୂର୍ଣ୍ଣ ହୋଇନାହିଁ। ଗତ କିଛି ଦିନ ଧରି ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି। ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବାୟାପଡା ଘାଟିରେ ଭୁସ୍ଖଳନ ହୋଇଛି। ତେଣୁ ଧୋଇ ଯାଇଥିବା ରାସ୍ତାରେ ପୋଲ କିପରି ନିର୍ମାଣ କରାଯିବ ତାକୁ ନେଇ ଚିନ୍ତାରେ ପ୍ରଶାସନ।  ନିଜର ଜୀବନ ଜୀବିକା ପାଇଁ ଗାଁ ଲୋକେ କାଠର ଏକ ପୋଲ ନିର୍ମାଣ କରି ବିପଦ ସଂକୁଳ ଅବସ୍ଥାରେ  ଯାତାୟତ କରୁଛନ୍ତି। ଏଠାରେ ପୋଲ ନିର୍ମାଣ କରା ନଗଲେ ଲୋକଙ୍କ ଜୀବନ ଯିବାର ସମ୍ବାବନ ରହିଛି। ଜିଲ୍ଲା ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ପୋଲର ବ୍ୟବସ୍ତା କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
villagers suffering from no road | Argus News