Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶିକ୍ଷକଙ୍କ ବଦଳରେ ଗ୍ରାମବାସୀ ପଢ଼ାଇଲେ ପାଠ

Ritu Das
Browse all articles by Ritu Das
·1 year ago·1 min read
ଶିକ୍ଷକଙ୍କ ବଦଳରେ ଗ୍ରାମବାସୀ ପଢ଼ାଇଲେ ପାଠ

ଅର୍ଗସ ବ୍ୟୁରୋ:  ଓଡିଶାକୁ ୨୪ ବର୍ଷ ବିଜେଡି ଶାସନ କଲାପରେ ମଧ୍ୟ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ପ୍ରଧାନଶିକ୍ଷକଙ୍କ ଠାରୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କଲା ପରେ ମଧ୍ୟ ସମସ୍ୟାର ସାମଧନ ହେଲାନାହିଁ । ଶେଷରେ ରାଜ ରାସ୍ତାରେ ପାଠ ପଢିଲେ ଛାତ୍ର ଛାତ୍ରୀ । ଶିକ୍ଷକଙ୍କ ବଦଳରେ ସ୍ବେଚ୍ଛାସେବୀ କଲେ ଶିକ୍ଷା ଦାନ । ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା କୁମୁଣ୍ଡେ ଗ୍ରାମରେ । ଭଲ ଭାବରେ ଏହି ଚିତ୍ରକୁ ଦେଖନ୍ତୁ କିଭଳି ରାଜ ରାସ୍ତାରେ ବହି ବସ୍ତାନୀ ଧରି ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ । ଏମାନଙ୍କୁ ଶିକ୍ଷକଙ୍କ ବଦଳରେ ସ୍ବେଚ୍ଛାସେବୀ ପଢ଼ାଉଛନ୍ତି ପାଠ।

ସ୍କୁଲ ଛାତ୍ରୀଙ୍କ ଅଭିଯୋଗ ହେଲା ତାଙ୍କ ସ୍କୁଲ ରେ ଠିକ ଭାବରେ ଶିକ୍ଷାଦାନ ହେଉନାହିଁ ,ଠିକ ଭାବରେ ମଧ୍ୟାହ୍ନ ଭୋଜନ ଦିଆଯାଉ ନାହିଁ। ଏହାକୁ ପ୍ରତିବାଦ କରି ରାସ୍ତାରେ ବସି ପାଠ ପଢୁଛୁ ବୋଲି ଛାତ୍ରଛାତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ଏହି ଗାଁରେ ସ୍କୁଲ ନାହିଁ ବୋଲି ରାସ୍ତାରେ ପାଠ ପଢୁଛନ୍ତି ବୋଲି ଆପଣ ଭାବୁଛନ୍ତି ନା। ଏମିତି ଭାବନ୍ତୁ ନାହିଁ । ଏହି ଗାଁରେ ସ୍କୁଲ ଅଛି । ସ୍କୁଲରେ ଅନେକ ସମସ୍ୟା ଥିଲା ସମସ୍ୟା ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ଗ୍ରାମବାସୀ । କିନ୍ତୁ ଗ୍ରାମବାସୀଙ୍କ କଥାକୁ କର୍ଣ୍ଣପାତ ନ କରିବାରୁ ଆଜି ଏହି ସ୍କୁଲକୁ ତାଲା ମାରି ପ୍ରତିବାଦ କରିଛନ୍ତି ଗ୍ରାମବାସୀ । 

ରାସ୍ତାରେ ବସି ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ସ୍କୁଲ ସାମ୍ନାରେ ଛିଡା ହୋଇ ରହିଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ। ଏଭଳି ଅଭିନବ ପ୍ରତିବାଦକୁ ଶିକ୍ଷା ବିଭାଗର ଅଣଦେଖା। ଦୀର୍ଘ ଅଢେଇ ଘଣ୍ଟା ରାସ୍ତାରେ ବସିବା ପରେ ମଧ୍ୟ ପ୍ରଶାସନର ନୀରବତା। ତେବେ କେବେ ଏମାନଙ୍କ ଦାବି ପୂରଣ ହେବ ତାହା ଦେଖିବାକୁ ବାକି ରହିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Villagers taught | Argus News