Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଶାସନକୁ ଗାଁଲୋକଙ୍କ ଚେତାବନୀ, ନେଟୱର୍କ ଦିଅ ଭୋଟ ନିଅ 

Odisha

ପ୍ରଶାସନକୁ ଗାଁଲୋକଙ୍କ ଚେତାବନୀ, ନେଟୱର୍କ ଦିଅ ଭୋଟ ନିଅ 

Manini Pattanayak
Browse all articles by Manini Pattanayak
·2 years ago·1 min read
ପ୍ରଶାସନକୁ ଗାଁଲୋକଙ୍କ ଚେତାବନୀ, ନେଟୱର୍କ ଦିଅ ଭୋଟ ନିଅ 

ସୁନ୍ଦରଗଡ: ନେଟୱର୍କ ନାହିଁ ତ ଭୋଟ ନାହିଁ’। ସୁନ୍ଦରଗଡ଼ ବ୍ଲକ୍‌ ଭଷ୍ମା ପଞ୍ଚାୟତ ପାଣ୍ଡେରମାଲ ଗାଁ ଲୋକେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଜରିଆରେ ଏହି ଚେତାବନୀ ଦେଇଛନ୍ତି। ଡିଜିଟାଲ ଯୁଗରେ ଦୈନନ୍ଦିନ ଜୀବନ‌ରେ ନେଟୱର୍କ ଅତି ଆବଶ୍ୟକ ହୋଇପଡ଼ିଛି। କିନ୍ତୁ ଗାଁରେ ମୋବାଇଲ୍‌ ଟାୱାର ନଥିବାରୁ ବହୁ ବର୍ଷ ହେଲା ଲୋକେ ଜରୁରୀ ସମୟରେ ପୁଲିସ, ଡାକ୍ତରଖାନା, ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିବା ସମ୍ଭବ ହେଉ ନାହିଁ। ଯାହା ଫଳରେ ଅନେକ ସମୟରେ ଏହାକୁ ନେଇ ଲୋକେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।

ମୋବାଇଲରେ ହେଉଥିବା ଅନଲାଇନ ପାଠପଢ଼ା, ସରକାରୀ ଯୋଜନା, କାର୍ଯ୍ୟକ୍ରମର ହିତାଧିକାରୀ  ପାଇଁ ଆବେଦନରୁ  ଅଧିବାସୀ ବଞ୍ଚିତ ହେଉଛନ୍ତି। ଏସ୍ଥିତିରେ ଗାଁ ଲୋକେ ପ୍ରଶାସନ ସହ ମୋବାଇଲ ଟାୱାର କମ୍ପାନିକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କେହି ଶୁଣି ନଥିବା ଅଭିଯୋଗ ହୋଇଛି। ଶେଷରେ ଲୋକେ ଏକ ବୈଠକରେ ସମ୍ମିଳିତ ହୋଇ ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ମୋବାଇଲ ଟାୱାର ସ୍ଥାପନ ନହେଲେ ପାଣ୍ଡେରମାଲର ୭ ଶହ ଭୋଟର ‌ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇ ଜିଲ୍ଲାପାଳଙ୍କୁ ଚରମପତ୍ର ଦେଇଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Villagers warn the administration, give network and take vote | Argus News