Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅନ୍ଧାର ଘେରରେ ପଦ୍ମପୁର ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅନ୍ଧାର ଘେରରେ ପଦ୍ମପୁର ଗ୍ରାମବାସୀ

ଅର୍ଗସ ବ୍ୟୁରୋ: ସ୍ୱାଧୀନତାକୁ ଅନେକ ବର୍ଷ ବିତିଛି ସତ, ମାତ୍ର ଏବେବି ଅଭିଶପ୍ତ ଜିବନ ବଞ୍ଚୁଛନ୍ତି ପଦ୍ମପୁରବାସୀ। ଗଞ୍ଜାମ ଦିଗପହଣ୍ଡିରୁ ୪୦-୫୦ କିଲୋମିଟର ଦୂର ଅଣଓସାରିଆ ଜଙ୍ଗଲୀ ଘାଟିରାସ୍ତା ଅତିକ୍ରମ କରିବା ପରେ ପଡେ ଅନ୍ଧାରି ଗାଁ ପଦ୍ମପୁର I ଜଙ୍ଗଲ ମଧ୍ୟରେ ଅଭିଶପ୍ତ ଗାଁ ଯେଉଁଠି ଏବେବି ସଧ୍ୟା ନଇଁଲେ ଅନ୍ଧାର ମଧ୍ୟକୁ ଚାଲିଯାଏ ପୁରା ଗାଁ। ଡିବିରୀ ଆଲୁଅ ଏଠି ଅନ୍ଧାର ଦୁର କରିବାର ସାହା ଭରସା।୨୫ ବର୍ଷର ବିଜେଡି ଶାସନରେ ବି ବଦଳିନି ଗାଁର ଚିତ୍ର। ରାସ୍ତା ପାଣି ସମସ୍ୟା ଗାଁର ମୁଖ୍ୟ ସମସ୍ୟା ତେବେ ଶିକ୍ଷା ମଧ୍ୟ ଗାଁର ଏକ ପ୍ରମୁଖ ସମସ୍ୟା। ଗାଁରେ ବିଦ୍ୟାଳୟ ନଥିବାରୁ ଛୋଟ ପିଲାମାନେ ଜଙ୍ଗଲୀ ରାସ୍ତା ଦେଇ ପାଖାପାଖି ୩-୪ କିଲୋମିଟର ଚାଲି ଚାଲି ଯାନ୍ତି I ଅନ୍ୟପଟେ ସଧ୍ୟା ନାଇଁଲେ ଡିବିରୀ ଲଗାଇ ପିଲା ମାନେ ପାଠପଢନ୍ତି I

ଏହି ଡିବିରୀ ଆଲୁଅରେ ଘରର ରୋଷେଇ ସହ ଅନ୍ୟ କାମ ସ ବୁ ହୋଇଥାଏ।ଗାଁର ସମସ୍ୟା ସମ୍ପର୍କରେ ଗ୍ରାମବାସୀ ସରକାରଙ୍କୁ ପୂର୍ବରୁ ବହୁବାର ଅବଗତ କରାଇଥିବା ସତ୍ତ୍ବେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଶୂନ I ୨୫ ବର୍ଷର ବିଜେଡି ସରକାରରେ ଗାଁରେ ବିକାଶ ଏବେବି ସାତ ସପନ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Villages of Padmapur in the dark house | Argus News