Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗଞ୍ଜେଇ ଚୋରା ଚାଲାଣର ନାୟକ ଥିଲେ ଖଳନାୟକ

Odisha

ଗଞ୍ଜେଇ ଚୋରା ଚାଲାଣର ନାୟକ ଥିଲେ ଖଳନାୟକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗଞ୍ଜେଇ ଚୋରା ଚାଲାଣର ନାୟକ ଥିଲେ ଖଳନାୟକ

ଅର୍ଗସ ବ୍ୟୁରୋ: ଗଞ୍ଜେଇ ଚୋରା ଚାଲାଣର ନାୟକ ଥିଲେ ଖଳନାୟକ । କୋରାପୁଟରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ମାଛକୁଣ୍ଡ ଗଞ୍ଜେଇ ଚୋରା ଚାଲାଣରେ ସାମିଲ୍ ଅଭିଯୋଗରେ 11 ପୋଲିସ୍ ଅଟକ ଅଛନ୍ତି । ସେମାନଙ୍କ ମଧ୍ୟରୁ 7 ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ୩ ଜଣ ଏସଆଇ, ୨ ଜଣ ଏପିଏଫ୍, ୨ ଜଣ କନଷ୍ଟେବଳଙ୍କ ସହ ୨ ଜଣ ହୋମଗାର୍ଡ ଅଟକ ଅଛନ୍ତି । ୩ ଜଣ ଏସ୍.ଆଇଙ୍କ ମଧ୍ୟରୁ ଜଣେ ହେଲେ ସୁରେନ୍ଦ୍ର କୁମାର । ଅନ୍ୟ ପୋଲିସ୍ କର୍ମଚାରୀ ହେଲେ କରୁଣା କର ଶବର, ଗୌରୀ ଚନ୍ଦ୍ର ହାସଦା, ଦୂର୍ଯ୍ୟୋଧନ ଧାଡିଆ, ଏସଏଆଇ ସୁରେନ୍ଦ୍ର କୁମାର ସେଠୀ । ଗଞ୍ଜେଇ ଚାଲାଣରେ ବ୍ୟବହୃତ ଗାଡିର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରିବା ପରେ ଫେରାର ଗଂଜେଇ ମାଫିଆମାନଙ୍କୁ ଗିରଫ କରାଯିବ । ତଦନ୍ତ ପରେ ପୋଲିସ୍ କର୍ମାଚୀରଙ୍କ ସମ୍ପୃକ୍ତିର  ପ୍ରମାଣ ମିଳିଲେ ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି କୋରାପୁଟ ଏସପି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
villain was the hero of ganja smuggling | Argus News