Odisha DGP / ବିନୟତୋଷ ମିଶ୍ର ହେଲେ ଅନ୍ତରୀଣ ପୋଲିସ DG
·2 weeks ago·2 min read

Key Points
IPS ବିନୟତୋଷ ମିଶ୍ର ହେଲେ ଅନ୍ତରୀଣ ପୋଲିସ DG
୧୬ରେ ସରୁଛି ଡିଜିପି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ
୧୯୯୩ ବ୍ୟାଚ୍ର IPS ଅଫିସର ବିନୟତୋଷ ମିଶ୍ର
ବର୍ତ୍ତମାନ କ୍ରାଇମ୍ବ୍ରାଞ୍ଚ DG ଅଛନ୍ତି ବିନୟତୋଷ ମିଶ୍ର

ଭୁବନେଶ୍ଵର: ବିନୟତୋଷ ମିଶ୍ର ହେଲେ ଅନ୍ତରୀଣ DGP । ୧୯୯୩ ବ୍ୟାଚ୍ର IPS ଅଫିସର ହେଉଛନ୍ତି ବିନୟତୋଷ ମିଶ୍ର । ଅଗଷ୍ଟ ୧୬ରେ ସରୁଛି ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ । ବର୍ତ୍ତମାନ କ୍ରାଇମ୍ବ୍ରାଞ୍ଚ DG ଅଛନ୍ତି ବିନୟତୋଷ ମିଶ୍ର ।
ବର୍ତ୍ତମାନର ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୬ ତାରିଖରେ ସରୁଛି । ଏବେ କ୍ରାଇମବ୍ରାଞ୍ଚ ଡିଜି ଥିବା ବିନୟତୋଷ ମିଶ୍ର ଅତିରିକ୍ତ ଭାବେ ପୋଲିସ ଡିଜି ଦାୟିତ୍ଵ ତୁଲାଇବେ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମତି ଦେଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ ।
ଗୁରୁବାର ଓଡ଼ିଶା ପୋଲିସ ଡିଜି ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । କାରଣ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ରଖିବା ପାଇଁ UPSCକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ୧୮ ତାରିଖରେ ଏ ସମ୍ପର୍କିତ ଜନସ୍ଵାର୍ଥ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ ।
ଏହାରି ଭିତରେ ବିନୟତୋଷ ମିଶ୍ରଙ୍କୁ ଅନ୍ତରୀଣ ପୋଲିସ DG ଭାବେ ନିଯୁକ୍ତି ମିଳିଛି । ଓଡ଼ିଶା ପୋଲିସ ଡିଜି ନିଯୁକ୍ତିରେ ପ୍ରକାଶ ସିଂ ମାମଲା ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶର ଉଲ୍ଲଂଘନ ହୋଇଥିବା କୋର୍ଟଙ୍କୁ ଜଣାଇଥିଲେ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ । କିଛି ଜୁନିଅର ଅଫିସରଙ୍କୁ ପଦୋନ୍ନତି ଦେଇ ନୂଆ ପ୍ୟାନେଲରେ ସାମିଲ କରାଯାଇଥିବା ସେ ଅଭିଯୋଗ ବାଢ଼ିଥିଲେ । ତେବେ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏଭଳି କୌଣସି ନିୟମ ଉଲ୍ଲଂଘନ ହୋଇନଥିବା ଦର୍ଶାଇ ଯୁକ୍ତି ଉପସ୍ଥାପନ କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଓଡ଼ିଶା ପୋଲିସ ଡିଜି ନିଯୁକ୍ତିରେ 'ସୁପ୍ରିମ' ବ୍ରେକ୍; ୧୮ ତାରିଖ ଶୁଣାଣି ଯାଏଁ ଝୁଲିଲା ନିଯୁକ୍ତି ପ୍ରକ୍ରିୟା
ସୁପ୍ରିମକୋର୍ଟ ମଧ୍ୟ ଉପଲବ୍ଧି କରିଥିଲେ ଯେ, PILର କୌଣସି ବୈଧତା ନାହିଁ । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ମଧ୍ୟ କୌଣସି ଅଧିକାରୀ ଏଭଳି ଅଭିଯୋଗ ନେଇ କୋର୍ଟଙ୍କ ପାଖକୁ ଆସିନଥିବାରୁ PILର ବୈଧତା ଉପରେ ସନ୍ଦେହ ପ୍ରକଟ କରିଥିଲେ । ହେଲେ ଆମିକସ କ୍ୟୁରୀ ରାଜୁ ରାମଚନ୍ଦ୍ରନ ତାଙ୍କ ପ୍ରତିକ୍ରିୟାରେ, ପ୍ରକାଶ ସିଂ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ହୋଇଥିବା ଅନୁଭବ କରୁଥିବା ମତ ରଖିଥିଲେ ।
ତେଣୁ ଆମିକସ କ୍ୟୁରୀଙ୍କ ମତାମତ ଆଧାରରେ କୋର୍ଟ ଗୁରୁବାରର UPSC ବୈଠକକୁ ସ୍ଥଗିତ ରଖିବା ସହ ଆଗାମୀ ୧୮ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ପୂର୍ବରୁ ଅଗଷ୍ଟ ୭ ତାରିଖରେ ୩ ଜଣ ଡିଜିପି ପାହ୍ୟା ଅଧିକାରୀଙ୍କ ନାଁ ଥିବା ତାଲିକା UPSCକୁ ଦେଇଥିଲା ରାଜ୍ୟ ସରକାରଙ୍କ ଗୃହ ବିଭାଗ ।
ଅଭିଯୋଗ ଅନୁସାରେ ପରବର୍ତ୍ତୀ ସମୟରେ ଏକ ସାନି ତାଲିକା ଦିଆଯାଇଥିବାବେଳେ ଏଥିରେ ୧୧ ଜଣଙ୍କ ନାଁ ସୁପାରିସ୍ କରାଯାଇଥିଲା । ଏହାରି ଭିତରେ ଦୁଇଜଣ ADG ପାହ୍ୟା ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ DG ପାହ୍ୟାକୁ ପଦୋନ୍ନତି ମଧ୍ୟ ଦିଆଯାଇଥିଲା । ଯାହା ପରେ ଏହି ପୂରା ମାମଲା କାଠଗଡ଼ାରେ ଛିଡ଼ା ହୋଇଛି ।

Related Topics
Explore more stories