|
logo
Live

Argus News - ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହିଂସା

Odisha

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହିଂସା

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହିଂସା

Key Points

  • ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହିଂସା
  • ହିନ୍ଦୁ ମନ୍ଦିର ଭାଙ୍ଗିଲେ, ହିନ୍ଦୁଙ୍କ ଘରେ ପଶି ଲୁଟିଲେ
  • ହିଂସାକୁ ବିରୋଧ କରି ଭୁବନେଶ୍ବରରେ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ
  • ହିନ୍ଦୁଙ୍କୁ ଅତ୍ୟାଚାର ନେଇ ସମ୍ବଲପୁରରେ ପ୍ରତିବାଦ
  • ହିନ୍ଦୁମାନଙ୍କ ମଧ୍ୟରେ ହିନ୍ଦୁ ଚେତନା ଓ ହିନ୍ଦୁ ଜାଗରଣ ମୁଖ୍ୟଲକ୍ଷ୍ୟ  

ଅର୍ଗସ ବ୍ୟୁରୋ :  ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହିଂସା । କେତେବେଳେ ହିନ୍ଦୁ ମନ୍ଦିର ଭାଙ୍ଗିଲେ । ତ ଆଉ କେତେବେଳେ ହିନ୍ଦୁଙ୍କ ଘରେ ପଶି ଲୁଟିଲେ । ହିନ୍ଦୁଙ୍କ ବିରୋଧରେ ଜାରି ରହିଥିବା ହିଂସାକାଣ୍ଡକୁ ବିରୋଧ କରି ଆଜି ଭୁବନେଶ୍ବରରେ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ ଓ ପଦଯାତ୍ରା। ସାମିଲ ହୋଇଥିଲେ ହଜାର ହଜାର ସଂଖ୍ୟାରେ ହିନ୍ଦୁ ଧର୍ମର ସାଧୁ ସନ୍ଥ ଓ ନାଗରିକ। ଭୁବନେଶ୍ବର ପ୍ରଦର୍ଶନୀ ପଡିଆରୁ ଲୋୟର ପିଏମଜି ପର୍ଯ୍ୟନ୍ତ ବିଶାଳ ପଦଯାତ୍ରା । ଏହି ପଦଯାତ୍ରାର ଉଦ୍ଦେଶ୍ୟ ହେଲା, ହିନ୍ଦୁ ମାନଙ୍କ ମଧ୍ୟରେ ହିନ୍ଦୁ ଚେତନା ଓ ହିନ୍ଦୁ ଜାଗରଣ କରିବା । ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ହିନ୍ଦୁଙ୍କ ସୁରକ୍ଷା ପାଇଁ ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ମଧ୍ୟ ଦିଆଯାଇଛି ।

ଏ ଦୃଶ୍ୟ ସମ୍ବଲପୁରର । ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ଦାବିରେ ଆଜି ସମ୍ବଲପୁରରେ ସନାତନ ସୁରକ୍ଷା ମଞ୍ଚ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଥିଲା । ପ୍ରଥମେ ସମ୍ବଲପୁର ସହରର ମହିଳା ଥାନା ସମ୍ମୁଖରେ ହଜାର ହକାର ହିନ୍ଦୁ ସଂଗଠନର ସଦସ୍ୟ ଏକାଠି ହୋଇଥିଲେ। ବିରାଟ ଶୋଭାଯାତ୍ରରେ ଗୋଲ ବଜର ଛକ ଦେଇ ଜିଲ୍ଲାପାଲ କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଯାଇଥିଲେ ।   ଏହା ପରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା lବାଙ୍ଗଲାଦେଶରେ ହିନ୍ଦୁ ଉପରେ ହେଉଥିବା ବାରମ୍ବାର ଅତ୍ୟାଚାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦାବି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହିଂସା | Argus News