Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଶାନ୍ତ ହେଲା ଗାଁ: ସରପଞ୍ଚଙ୍କ ସ୍ୱାମୀ ଆଉ ପୁଅ ହେଲେ ରକ୍ତମୁଖା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅଶାନ୍ତ ହେଲା ଗାଁ: ସରପଞ୍ଚଙ୍କ ସ୍ୱାମୀ ଆଉ ପୁଅ ହେଲେ ରକ୍ତମୁଖା

ଅର୍ଗସ ବ୍ୟୁରୋ:  ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ଲୋକମାନେ ବିଜେଡି ନେତାମାନଙ୍କ ଉପରୁ ଆସ୍ଥା ହରାଇବା ରେ ଲାଗିଛନ୍ତି। ଏକପ୍ରକାର କହିବାକୁ ଗଲେ ଏଥର ସାଧାରଣ ନିର୍ବାଚନରେ ବିଜେଡ଼ି ସରକାର ର ପତନ ହେବାକୁ ଯାଉଅଛି। ସମଗ୍ର ରାଜ୍ୟରେ ସରକାର ପରିବର୍ତ୍ତନ ର ସ୍ୱର ଉଠିଛି‌।୨୫ବର୍ଷ ଧରି ଶାସନ କରିଆସୁଥିବା ବିଜୁଜନତା ଦଳ ରେ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମୁଖୀନ ହୋଇଛନ୍ତି। ଦିନକୁଦିନ ବଢ଼ି ଚାଲିଛି ଅରାଜକତା, ଅମାନୁଷିକ ନିର୍ଯାତନା, ତ୍ରାହି ତ୍ରାହି ଡାକୁଛନ୍ତି ଜନତା ଦନାରଦନ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ଅଶାନ୍ତ ହୋଇପଡିଛି ଖଣ୍ଡପଡ଼ା ଭାପୁର ବ୍ଲକ ଭଗବାନ ପୁର ଏବଂ ଖଣ୍ଡପଡା ବ୍ଳକ ରାଣିପଡା ପଞ୍ଚାୟତ ବିରିଡ଼ି ଗ୍ରାମ ।

ଖଣ୍ଡପଡା ଲୋକମାନଙ୍କ ଠାରୁ ଆସ୍ଥା ହରାଇଥିବା ବିଜୁଜନତା ଦଳ ନିର୍ବାଚନରେ ବିଜୟ ହେବାପାଇଁ ସମସ୍ତ କଳ,ବଳ ଲଗାଇ ସାରିଛି ସମ୍ପୂର୍ଣ୍ଣ ଭାବେ ରକ୍ତମୁଖା ହୋଇଯାଇଛି। ଲୋକମାନଙ୍କୁ ‌ଡରାଇ ଧମକାଇ ଭୋଟ ହାତେଇବାକୁ ଲାଗି ପଡିଛି । ଟଙ୍କା ବାଣ୍ଟି ଭୋଟ ହାତେଇବାକୁ ଲକ୍ଷରଖିଛି କିନ୍ତୁ ଲୋକମାନେ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ ଲକ୍ଷରେ ରହିଥିବା ଯୋଗୁଁ ଟଙ୍କା ନେଉନଥିବା ରୁ ରକ୍ତ ମୁଖା ହୋଇଯାଇଛନ୍ତି ବିଜେଡି ନେତା ଓ କର୍ମୀମାନେ।ଫଳରେ ଗାଁ ମାନଙ୍କରେ ମାରଣାସ୍ତ୍ର ଧରି ଲୋକମାନଙ୍କ ଉପରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଖୋଦ ରାଣିପଡା ପଞ୍ଚାୟତ ସରପଞ୍ଚ ଙ୍କ ସ୍ବାମୀ ଏବଂ ପୁଅ ମାରଣାସ୍ତ୍ର ଧରି ଲୋକମାନଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
violence in khandapara | Argus News