Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମାନୁନାହାନ୍ତି ନିୟମ, ଖୋଲାମେଲା ପଡିଛି ହୋର୍ଡିଂ...

Odisha

ମାନୁନାହାନ୍ତି ନିୟମ, ଖୋଲାମେଲା ପଡିଛି ହୋର୍ଡିଂ...

Smruti Parija
Browse all articles by Smruti Parija
·2 years ago·1 min read
ମାନୁନାହାନ୍ତି ନିୟମ, ଖୋଲାମେଲା ପଡିଛି ହୋର୍ଡିଂ...

ମୟୂରଭଞ୍ଜ/ବାଲେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶନିବାର ଠାରୁ ଲାଗିଲା ନିର୍ବାଚନ ଆଚରଣ ବିଧି । ନିୟମ ଅନୁସାରେ ୨୪ ଘଣ୍ଟା ଭିତରେ ସହରାଞ୍ଚଳ ସହିତ ଗ୍ରାମାଞ୍ଚଳରୁ ହଟିବ ନିର୍ବାଚନକୁ ପ୍ରଭାବିତ କରୁଥିବା ସରକାରୀ ବିଜ୍ଞାପନ ଓ ହୋର୍ଡିଂ । ୧୬ ସନ୍ଧ୍ୟାରୁ ବାରିପଦା ମୁନିସିପାଲିଟି ସହିତ ସମଗ୍ର ଜିଲ୍ଲାରେ ଚାଲିଛି ବିଜ୍ଞାପନ ହାଟାଇବା ପ୍ରକିୟା । ହେଲେ ଆଜି ବି ବାରିପଦା ସହରର ଅନେକ ସ୍ଥାନରେ ହୋର୍ଡିଂ ସବୁ ଖୋଲାମେଲା ପଡିଛି । 

ବିଜୁ ପଟ୍ଟନାଏକ ପାର୍କ, ଫାୟାରଷ୍ଟେସନ ପାଖ, ଜିଲ୍ଲାପାଳଙ୍କ ବାସଭବନ ନିକଟ, ଷ୍ଟେସନ ବଜାର, ମଧୁବନ ସହ ବାରିପଦା ସହର ଓ ଏହାର ଆଖପାଖ ଅନେକ ସ୍ଥାନରେ ଏବେ ମଧ୍ୟ ଏହି ହୋର୍ଡିଂ ଗୁଡିକୁ ନା ଢଙ୍କା ଯାଇଛି ନା ଉଠାଯାଇଛି । 

ସେହିପରି ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛି ଜଳେଶ୍ୱର ପୌର ପରିଷଦ । ଆଚରଣ ବିଧି ଲାଗୁ ହେବାର ତିନି ଦିନ ବିତି ଯାଇଥିଲେ ସୁଦ୍ଧା ଜଳେଶ୍ୱର ସହରରେ ବିଭିନ୍ନ ସ୍ଥାନରେ ହୋର୍ଡିଂ ଲାଗିଥିବାର ଦେଖିବାକୁ ମିଳିଛି । ତେବେ ସହରର ଡାକବଙ୍ଗଳା ଓ ବ୍ଲକ ସାମ୍ନାରେ ହୋର୍ଡିଂରେ କଭର୍ କରାଯାଇଥିବା ବେଳେ ଆଉ ସବୁ ଖୋଲା ମେଲା ପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର... 
 

Argus Whatsapp Channel Mobile Top
Sponsored
violence-of-code-of-conduct-at-mayurbhanj-and-baleswar | Argus News