Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଉଡିଲା ଚେୟାର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଉଡିଲା ଚେୟାର

ଅର୍ଗସ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟରେ ଚାଲିଥିବା ନବୀନ ଓଡ଼ିଶା ସଚେତନତା ଶିବିର । କାର୍ଯ୍ୟକ୍ରମ ଅଧାରୁ ଆରମ୍ଭ ହୋଇଯାଇଥିଲା ଗଣ୍ଡଗୋଳ । ପୋଷ୍ଟର ଚିରିବା ସହ ଚେୟାର ଟେବୁଲ ଭାଙ୍ଗିଥିଲେ ସ୍ଥାନୀୟ ଯୁବକ । ଅଭିଯୋଗ କରିଥିଲେ, ଏଠି ସ୍ଥାନୀୟ ଯୁବ କଳାକାରଙ୍କୁ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ଦିଆଯାଉନାହିଁ । ପଞ୍ଚାୟତ ବାହାରୁ ଟଙ୍କା ଦେଇ କଳାକାରଙ୍କୁ ଅଣାଯାଉଛି । ଏହାସହ କାର୍ଯ୍ୟକ୍ରମରେ କେବଳ ବିଜେଡିର ଗୁଣଗାନ କରାଯାଉଥିବା ହୋଇଛି ଅଭିଯୋଗ ।

ସରକାରୀ କାର୍ଯ୍ୟକ୍ରମକୁ ସରକାରୀ ଭାବେ କର, ଏଠି ଦଳୀୟ ପ୍ରଚାର କର ନାହିଁ । ମିଛ ଯୋଜନାର ବାହାସ୍ଫୋଟ ନ ମାରିବାକୁ ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଥିଲେ । ଏଠି ବିକାଶ ନ କରି ଖାଲି ଏହାର ପ୍ରଚାର କରାଯାଉଛି । ଲକ୍ଷ୍ମୀ ଯୋଜନା ଫେଲ୍, ରାସ୍ତା ଘାଟରେ ଖାଲ ଖମା, ସ୍ବାସ୍ଥ୍ୟସେବା ବି ବିପର୍ଯ୍ୟସ୍ତ । ଏ ସବୁ ସତ୍ତ୍ବେ କାହିଁକି ଏ ସଚେତନତା ବୋଲି ପ୍ରଶ୍ନ କରିଥିଲେ ।

ବିକାଶର ଖୋଳପା ଭିତରେ ଏଠି ଚାଲିଛି ଦଳୀୟ ପ୍ରଚାର । ଲୋକଙ୍କ ପାଖେ ଯୋଜନା ପହଞ୍ଚୁ ନାହିଁ । ଯାହାର ପ୍ରତିବାଦ କରି ନବୀନ ଓଡ଼ିଶା ସଚେତନତା ଶିବିରକୁ ବନ୍ଦ କରିଛନ୍ତି ଲୋକେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Sponsored
Violent opposition on the ground to the image of false development | Argus News