Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଶ୍ନବାଣରେ ପ୍ରସନ୍ନଙ୍କୁ ଘାଇଲା କଲେ ଗ୍ରାମବାସୀ

Swayangprajna Mishra
Browse all articles by Swayangprajna Mishra
·2 years ago
ପ୍ରଶ୍ନବାଣରେ ପ୍ରସନ୍ନଙ୍କୁ ଘାଇଲା କଲେ ଗ୍ରାମବାସୀ

ସମ୍ବଲପୁର : ରେଢାଖୋଲ କୁକୁବାହାଳି ପଞ୍ଚାୟତରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ତୀବ୍ର ବିରୋଧ । ଦିନରେ ଓ ରାତିରେ ଦୁଇ ଦୁଇ ଥର ହଟହଟା ପ୍ରସନ୍ନ । ରାତିରେ ସାନନୂଆପଡା ଗାଁ ଏବଂ ଦିନରେ ବଂଶଜାଲ ଗାଁରେ ଲୋକଙ୍କ ପ୍ରଶ୍ନବାଣରେ ଘାଇଲା ହେଲେ ପ୍ରସନ୍ନ। ନିର୍ବାଚନ ପ୍ରଚାର ସଭାରେ ପ୍ରସନ୍ନଙ୍କୁ ଘେରି ବିକାଶର ତାଲିକା ମାଗିଲେ ଗ୍ରାମବାସୀ।

ଅଧିକ ପଢନ୍ତୁ : ଭୟରେ ଥରୁଛି ବିଜେଡି ସରକାର : ରାଜ୍ୟ ବିଜେପି ସଭାପତି

ଦୀର୍ଘ ୨୪ ବର୍ଷ ଶାସନରେ ଜନସାଧରଣଙ୍କୁ କଣ ଦେଇଛି ବିଜେଡି । ୪ଟି ପ୍ରଶ୍ନ କରିଛନ୍ତି ଅସନ୍ତୋଷ ଗ୍ରାମବାସୀ । ଡାକ୍ତରଖାନାରେ ଡାକ୍ତର ନାହିଁ, ସ୍କୁଲରେ ଶିକ୍ଷକ ନାହିଁ, ଗାଁକୁ ପାଣି ଆସୁନି, ପକ୍କାଘର ପାହିଁ । ୧୦ବର୍ଷ ତଳୁ ପ୍ରସନ୍ନ ଆଚାର୍ଯ୍ୟ ବିଧାୟକ ଥିଲେ କଣ କରିଛନ୍ତି ବୋଲି ଭୋଟର ମାଗିଲେ ଉତ୍ତର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Violent opposition to BJD MLA candidate Prasanna Acharya | Argus News