|
logo
Live
Argus News App
GET APP

Argus News - ନୂଆ"ଓ" କାର୍ଯ୍ୟକ୍ରମ ପାଇଁ ପରୀକ୍ଷା ବାତିଲକୁ ଜୋରଦାର ବିରୋଧ

Odisha

ନୂଆ"ଓ" କାର୍ଯ୍ୟକ୍ରମ ପାଇଁ ପରୀକ୍ଷା ବାତିଲକୁ ଜୋରଦାର ବିରୋଧ

Manini Pattanayak
Browse all articles by Manini Pattanayak
·2 years ago·2 min read
ନୂଆ"ଓ" କାର୍ଯ୍ୟକ୍ରମ ପାଇଁ ପରୀକ୍ଷା ବାତିଲକୁ ଜୋରଦାର ବିରୋଧ

ଭୁବନେଶ୍ୱର:  ନୂଆ"ଓ" କାର୍ଯ୍ୟକ୍ରମ ପାଇଁ ପରୀକ୍ଷା ବାତିଲକୁ ଯୋରଦାର ବିରୋଧ... ସମ୍ବଲପୁରରେ କଳାପତାକା ଦେଖାଇ ପାଣ୍ଡିଆନଙ୍କ ଗସ୍ତକୁ ପ୍ରତିବାଦ... ସରକାରୀ କାର୍ଯ୍ୟକ୍ରମ ନୂଆ"ଓ"ରେ ଲାଗିଲା ବିଜେଡି ପକାତା... କଲେଜ କ୍ୟାମ୍ପସରେ ରାଜନୀତିକରଣକୁ ନେଇ ଛାତ୍ର ସମାଜ ଖପ୍ପା।  କାହା ସ୍ବାର୍ଥରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଯୁକ୍ତ 3 ଦ୍ବିତୀୟ ଓ ତୃତୀୟ ବର୍ଷ  ପିଲାଙ୍କ ସେମିଷ୍ଟର ପରୀକ୍ଷା ବାତିଲ କରାଗଲା ତାର ଜବାବ ମାଗିଛନ୍ତି ଛାତ୍ର। ପାଣ୍ଡିଆନଙ୍କ ସମ୍ବଲପରୁ ଗସ୍ତ ପାଇଁ ପରୀକ୍ଷାକୁ 10 ଦିନ ଘୁଞ୍ଚାଇଦିଆଯିବା ବିରୋଧରେ ଏବିଭିପି ପକ୍ଷରୁ ହଲ୍ଲାବୋଲ୍। ଶନିବାର କଳା ପତାକା ଦେଖାଇ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରିଥିଲେ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା। ପୋଲିସ ABVP ଛାତ୍ରଙ୍କୁ ଉଠାଇ ନେଇ କ୍ଷେତରାଜପୁର ଥାନାରେ ଅଟକ ରଖିଥିଲା।

ଶନିବାର ସମ୍ବଲପୁର ମନ୍ଦଳିଆ ପଡିଆରେ ହୋଇଥିଲା ପାଣ୍ଡିଆନଙ୍କ ନୂଆ -ଓ -ସଭା। ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କୁ ବସରେ ବୁହାଯାଇ ସଭାସ୍ଥଳକୁ ଅଣାଯାଇଥିଲା। ଆଗରୁ ସରକାରୀ ଯୋଜନାକୁ ତ ଶଙ୍ଖ ମାର୍କା କରିସାରିଥିଲେ ଏବଂ ଛାତ୍ରଛାତ୍ରୀଙ୍କ ପୋଷାକକୁ ବିଜେଡି ମାର୍କା ବନାଇସାରିଥିଲେ କେବଳ ବାକିଥିଲା କାର୍ଯ୍ୟକ୍ରମରେ ବିଜେଡି ପତାକା ଲାଗିବା। ସମ୍ବଲପୁର ସଭାରେ ତାହାବି ପୂରଣ ହୋଇଗଲା। ପାଣ୍ଡିଆନ ବାବୁ ଭାଷଣ ଦେଲେ ପିଲା ତାଳି ମାରିଲେ। କିନ୍ତୁ କାହା ଭାଷଣ ଶୁଣୁଥିଲେ ପିଲା ପରାଚିବାକୁ କଣ ଉତ୍ତର ଦେଲେ ସେମାନେ ଟିକେ ଭଲକରି ଶୁଣନ୍ତୁ। 
ଗତ ସପ୍ତାହରେ ପାଣ୍ଡିଆନଙ୍କ ବାଲେଶ୍ବର ଗସ୍ତ ପାଇଁ  ଏଫ ଏମ ବିଶ୍ବବିଦ୍ୟାଳୟର ପରୀକ୍ଷା ମଧ୍ୟ ଘୁଞ୍ଚିଥିଲା।

 କଳାହାଣ୍ଡି  ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରେ ନୂଆ ଓ- କାର୍ଯ୍ୟକ୍ରମ ବେଳେ ଅବ୍ୟବସ୍ଥା ଯୋଗୁ ଛାତ୍ର ଛାତ୍ରୀଙ୍କ ଭିତରେ ଉତ୍ତେଜନା ଦେଖାଦେଇଥିଲା॥ ଖାଇବାକୁ ଢେର ସମୟ ଅପେକ୍ଷା କରିବା ପରେ ନ ମିଳିବାରୁ ଭଙ୍ଗାରୁଜା କରିଥିଲେ ଉତ୍ୟକ୍ତ ଛାତ୍ର। ସେପଟେ ବ୍ରହ୍ମଗିର ଅଲାରନାଥ ମହାବିଦ୍ୟାଳୟରେ ନୂଆ ଓ କାର୍ଯ୍ୟକ୍ରମ ବେଳେ ଅଶ୍ଲିଳ ନାଚ ପରିବେଷଣକୁ ନେଇ  ଅଭିବାବକ ମହଲରେ ଅସନ୍ତୋଷ ବଢିଛି.. ପୂର୍ବରୁ ମଧ୍ୟ ଭଦ୍ରକ ଅଗରପଡା ମହାବିଦ୍ୟାଳୟରେ ସାଂସ୍କତିକ କାର୍ଯ୍ୟକ୍ରମ ଆଳରେ ଶ୍ରୀରାମଙ୍କୁ ଅପମାନ କରାଯାଇଥିଲା। ପ୍ରଶ୍ନ, କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ନୂଆ -ଓ -ବାହାନାରେ ରାଜନୈତିକ ସ୍ବାର୍ଥ ପୁରଣ ପାଇଁ ଯୋଜନା କରିଛି କି ବିଜେଡି ? ପାଣ୍ଡିଆନଙ୍କ ସଭା ପାଇଁ ପିଲାଙ୍କୁ ଅସ୍ତ୍ର କରି ସେମାନଙ୍କ ଭବିଷ୍ୟତ ସହ କାହିଁକି  ଖେଳୁଛନ୍ତି ରାଜ୍ୟ ସରକାର ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ନୂଆ"ଓ" କାର୍ଯ୍ୟକ୍ରମ ପାଇଁ ପରୀକ୍ଷା ବାତିଲକୁ ଜୋରଦାର ବିରୋଧ | Argus News