Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗୁଣ୍ଡିଚା ମନ୍ଦିରର ନବକଳେବରକୁ ଜୋରଦାର ବିରୋଧ

Odisha

ଗୁଣ୍ଡିଚା ମନ୍ଦିରର ନବକଳେବରକୁ ଜୋରଦାର ବିରୋଧ

Arpita Mohanty
Browse all articles by Arpita Mohanty
·2 years ago·2 min read
ଗୁଣ୍ଡିଚା ମନ୍ଦିରର ନବକଳେବରକୁ ଜୋରଦାର ବିରୋଧ

ଅର୍ଗସ ବ୍ୟୁରୋ : ଐତିହ୍ୟ ସମ୍ପର୍ଣ୍ଣ ଗୁଣ୍ଡିଚା ମନ୍ଦିରର ପରିଚାଳନା ଓ ଉନ୍ନୟନମୂଳକ କାମ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନ୍ୟସ୍ତ ହୋଇଥିବା ବେଳେ ନାକଚଣା ଦ୍ୱାରର ସଂପ୍ରସାରଣକୁ ନେଇ ଏବେ ସବୁରି ମହଲରେ ବିରୋଧାଭାଷ ଦେଖାଦେଇଛି। ପୂର୍ବରୁ ନିଜେ ଗଜପତି ମହାରାଜା,ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପ୍ରଶାସନିକ ଅଧିକାରୀ ମାନେ ଗୁଣ୍ଡିଚା ମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ଏହାର ଜରୁରୀ ମରାମତି ଆବଶ୍ୟକ ବୋଲି ମତ ରଖିଥିଲେ। ପ୍ରାୟତଃ ତିନିବର୍ଷରୁ ଉର୍ଦ୍ଧ୍ବ ହେବ ଗୁଣ୍ଡିଚା ମନ୍ଦିର ବନ୍ଦ ରହିଥିବାବେଳେ ଏବେ ବିଭିନ୍ନ ଉନ୍ନୟନମୁଳକ କାମ ଆରମ୍ଭ ହୋଇଛି ଯାହା ୨୦୨୪ ମେ କିମ୍ବା ଜୁନ୍ ମାସ ମଧ୍ୟରେ ଶେଷ ହେବ। ସେପଟେ ନାକଚଣା ଦ୍ୱାର ପ୍ରଶସ୍ତ ହେବାନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ରଖିଥିବା ବେଳେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାର ସଂପ୍ରସାରଣ ଆବଶ୍ୟକ ବୋଲି କହିଛନ୍ତି।

ପୂର୍ବରୁ ନାକଚଣା ଦ୍ୱାରର ପାହାଚ ମରାମତି କରାଯାଇ ଖାଣ୍ଡେଲାଇଟ୍ ପଥର ବିଛାଯାଇଥିଵା ବେଳେ ଏବେ ତାହାକୁ ସଂପ୍ରସାରଣ କରିବାକୁ ମୁଖ୍ୟ ପ୍ରଶାସକ କହିଛନ୍ତି। କିନ୍ତୁ ଏହାକୁ ବିରୋଧ କରି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ତୀବ୍ର ବିରୋଧ କରିବା ସହ ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

ଶ୍ରୀଗୁଣ୍ଡିଚା ମନ୍ଦିର ଏବେ ନୁହେଁ ଶହ ଶହ ବର୍ଷ ତଳେ ନିର୍ମାଣ ହେଇଛି, ତାକୁ ଏ ଅପାରଗ ଅଧିକାରୀମାନେ ନିର୍ମାଣ କରିନାହାଁନ୍ତି ଆଉ ଠାକୁରଙ୍କର ପହଁଣ୍ଡି ବି ଏବେ ନୁହେଁ ଶହ ଶହ ବର୍ଷ ତଳୁ ହୋଇଆସୁଛି। ଯଦି ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରକୁ ସଂପ୍ରସାରଣ ପାଇଁ ପ୍ରଶାସନ ଜେସିବି କିମ୍ବା ମେସିନ୍ ଲଗାଇ ଉଚ୍ଛେଦ କରେ କିମ୍ବା ପୁରୁଣା ଐତିହ୍ୟ ଉପରେ ପ୍ରହାର କରେ ତେବେ ଆଗାମୀ ଦିନରେ କୋର୍ଟର ଦ୍ୱାରସ୍ଥ ହେବାକୁ ସୂଚନା ଅଧିକାର କର୍ମୀ ଦୀଲିପ ବରାଳ କହିଛନ୍ତି। ତେବେ କାହିଁକି ଓ କାହା ସ୍ୱାର୍ଥରେ ମୁଖ୍ୟ ପ୍ରଶାସକ ଏଭଳି ନିଷ୍ପତ୍ତି ନେଲେ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Argus Whatsapp Channel Mobile Top
Sponsored
Gundicha temple | Argus News