Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆମ ଓଡ଼ିଶା ନବୀନ ଓଡ଼ିଶାକୁ ଜୋରଦାର୍ ବିରୋଧ, ବିକାଶର ଅସଲ ମୁଖା ଖୋଲିଛନ୍ତି ସରପଞ୍ଚ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆମ ଓଡ଼ିଶା ନବୀନ ଓଡ଼ିଶାକୁ ଜୋରଦାର୍ ବିରୋଧ, ବିକାଶର ଅସଲ ମୁଖା ଖୋଲିଛନ୍ତି ସରପଞ୍ଚ

ଅର୍ଗସ ବ୍ୟୁରୋ: ଆମ ଓଡ଼ିଶା ନବୀନ ଓଡ଼ିଶାକୁ ଜୋରଦାର୍ ବିରୋଧ । ରାଜ୍ୟର ବିଭିନ୍ନ ସ୍ଥାନରେ ତେଜୁଛି ଅସନ୍ତୋଷ । ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ରାଜ୍ୟରେ ବିକାଶର ଅସଲ ମୁଖା ଖୋଲିଛନ୍ତି ସରପଞ୍ଚ, ଏସଏଚଜି ମହିଳା ଓ ସାଧାରଣ ଲୋକ । ନିଜ ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା ଓ ପାନୀୟ ଜଳ ସମସ୍ୟା ବଖାଣି ରାଜ୍ୟ ସରକାରଙ୍କ ଦାୟିତ୍ବ ମନେ ପକାଇ ଦେଇଛନ୍ତି । ସେହିପରି କିଛି ସ୍ଥାନରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମକୁ ବିରୋଧ କରି ତାତିଛନ୍ତି ଲୋକେ । ବ୍ୟାନର୍ ଚିରି ଫିଙ୍ଗି ପ୍ରତିବାଦ କରିଛନ୍ତି ।

ସେପଟେ କଳାହାଣ୍ଡି ଜିଲ୍ଲା ଉଦେଶୃଙ୍ଗ ପଞ୍ଚାୟତର ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ହଟହଟା ହୋଇଛନ୍ତି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଗ୍ରାମବାସୀଙ୍କ ପ୍ରଶ୍ନରେ କୌଣସି ଉତ୍ତର ନ ଦେଇ କାର୍ଯ୍ୟକ୍ରମ ଛାଡି ଚାଳିଯାଇଥିଲେ ବିଧାୟକ । ଅନ୍ୟପଟେ ଢେଙ୍କାନାଳ ଭୁବନରେ ଧରା ପଡିଛି ମିଛ ପ୍ରଚାର । ଛାତ୍ରଙ୍କ ପଇସାରେ ନିର୍ମିତ ସେଲଫି ପଏଣ୍ଟକୁ ସରକାରୀ ଆମ ଓଡ଼ିଶା ନବୀନ ଓଡି଼ଶା ପୁସ୍ତିକାରେ ଛପାହେବାକୁ ନେଇ ତେଜୁଛି ଅସନ୍ତୋଷ ।ଅନ୍ୟପକ୍ଷରେ ଭଦ୍ରକ ବ୍ରହ୍ମପୁର ପଞ୍ଚାୟତରେ ମୋଦି ଚାଉଳ ରାଜ୍ୟ ସରକାରଙ୍କ ବ୍ୟାଗରେ ବଣ୍ଟନକୁ ବିରୋଧ କରି ବ୍ୟାଗ ପୋଡିଛନ୍ତି ଶତାଧିକ ଗ୍ରାମବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Violent protest of ama Odisha Naveen Odisha programme | Argus News