Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାତି ପାହିଲେ ବିଶ୍ଵକର୍ମା ପୂଜା, ସଜେଇ ହେଉଛି ଅନୁଗୁଳ

Manini Pattanayak
Browse all articles by Manini Pattanayak
·1 year ago·1 min read
ରାତି ପାହିଲେ ବିଶ୍ଵକର୍ମା ପୂଜା, ସଜେଇ ହେଉଛି ଅନୁଗୁଳ

ଅନୁଗୁଳ :  ରାତି ପାହିଲେ ବିଶ୍ଵକର୍ମା ପୂଜା। ଦେବଶିଳ୍ପୀଙ୍କ ଆଗମନ ପାଇଁ ସଜେଇ ହୋଇ ଗଲାଣି ଅନୁଗୁଳ ଜିଲ୍ଲାର ନାଲକୋ ନଗର । ପୂଜା କମିଟି ନିଜ ନିଜ ମଣ୍ଡପଗୁଡିକୁ ଆକର୍ଷଣୀୟ କରିବାରେ ଲାଗିପଡିଛନ୍ତି । କେଉଁଠି ପୁରୀ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସଦୃଶ ତୋରଣ ନିର୍ମାଣ ହେଉଛି ତ ଆଉ କେଉଁଠି ତାଇଵାନର ବୁଦ୍ଧ ମନ୍ଦିରକୁ ନେଇ ଚିତ୍ରିତ ହେଉଛି ତୋରଣ । କେଉଁଠି ପ୍ୟାଲେଶ ସଦୃଶ ତୋରଣ ତ କେଉଁଠି ଇନ୍ଦ୍ରଙ୍କ ମହାଯଜ୍ଞ ଅବତାରକୁ ନେଇ ଚିତ୍ରିତ ହେଉଛି ମଣ୍ଡପ ।

ଅନ୍ୟ କେଉଁଠି କେରଳର କାଳସଂସ୍କୃତି ନେଇ ହେଇ ଚମକିବ ବିଶ୍ଵକର୍ମାଙ୍କ ପୂଜା ମଣ୍ଡପ । କେଉଁଠି ରାଜ ପ୍ରସାଦ ମଧ୍ୟରେ ବିରାଜିତ ହେବେ ବିଶ୍ଵ ବିନ୍ଧାଣି ବିଶ୍ଵକର୍ମା । ଏଥର ୧୯ଟି ମଣ୍ଡପରେ ବିଶ୍ଵବିନ୍ଧାଣିଙ୍କୁ ପୂଜା କରାଯିବ । ୧୬ ରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ପୂଜା ଉତ୍ସବ । ପୂଜାରେ ଏଥର ମିନା ବଜାର ସାଙ୍ଗକୁ ବିଭିନ୍ନ ଦୋଳିର ମଜା ନେବେ ଦର୍ଶକ  ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vishwakarma Puja at tomorrow , decorated is angul | Argus News