Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଣ୍ଡିଆନଙ୍କୁ ଚେତାବନୀ, କଣ କହିଲେ ମହିଳା ଜାଣନ୍ତୁ

Odisha

ପାଣ୍ଡିଆନଙ୍କୁ ଚେତାବନୀ, କଣ କହିଲେ ମହିଳା ଜାଣନ୍ତୁ

Jitendra Dash
Browse all articles by Jitendra Dash
·2 years ago·1 min read
ପାଣ୍ଡିଆନଙ୍କୁ ଚେତାବନୀ, କଣ କହିଲେ ମହିଳା ଜାଣନ୍ତୁ

ପାଣ୍ଡିଆନଙ୍କୁ ଚେତାବନୀ
କାନ୍ଦି କାନ୍ଦି ଏମିତି କହିଲେ ମହିଳା
ସାର୍‌ ମୋ କଥା ନଶୁଣିଲେ ଭଲ ହେବନି
 

ଅର୍ଗସ ବ୍ୟୁରୋ : ପୁଣି ପଦାରେ ପଡ଼ିଲା ବିଜେଡ଼ିର ଗୋଷ୍ଠୀ କନ୍ଦଳ । ଗତ ଶନିବାର ନୀଳଗିରି ଗସ୍ତରେ ଯାଇଥିଲେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଗସ୍ତ ସମୟରେ ଅନେକ ଘଟଣା ଓ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥିଲେ ପାଣ୍ଡିଆନ । ଯାହାକୁ ନେଇ ଏବେ ପୁଣି ଚର୍ଚ୍ଚା ଚାଲିଛି । କେଉଁଠି ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ଗଣ୍ଡଗୋଳ ଓ ଠେଲାପେଲା ହୋଇଥିଲା ତ ଆଉ କେଉଁଠି ସଭାରେ ମହିଳା କାଉନସିଲରଙ୍କୁ ବସିବାକୁ ସିଟ୍‌ ନମିଳିବାରୁ ବିଧାୟକ ସ୍ବରୂପ ଦାସ ଓ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାଣ୍ଡିଆନଙ୍କ ନୀଳଗିରି ଗସ୍ତରେ ସମୟରେ ଆଉ ଏକ ବଡ଼ ଘଟଣା ଦେଖିବାକୁ ମିଳିଥିଲା । ଯେଉଁ ଘଟଣା ପାଇଁ ପାଣ୍ଡିଆନଙ୍କ ଗାଡ଼ିକୁ ଅଟକେଇ ଦେଇଥିଲେ ମହିଳା ଜଣକ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।

ତେବେ ମହିଳା ଜଣକ ହେଉଛନ୍ତି, ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ବବିତା । ବାଲେଶ୍ବରରେ ଶିକ୍ଷୟତ୍ରୀ ଭାବେ କାମ କରୁଛନ୍ତି । କିନ୍ତି ତାଙ୍କ ଏରିଅର ଟଙ୍କା ପାଇବା ପାଇଁ ବହୁ ହଇରାଣ ହେଉଛନ୍ତି । ଯାହାକୁ ନେଇ ସେ, ନୀଳଗିରି ଗସ୍ତରେ ଆସିଥିବା ପାଣ୍ଡିଆନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । କହିଛନ୍ତି "ପାଣ୍ଡିଆନ ସାର ମୋ କଥା ନଶୁଣିଲେ ଭଲ ହେବନି" । ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି, ଯଦି ମତେ ନ୍ୟାୟ ନ ମିଳେ ମୁଁ ପାର୍ଲାମେଣ୍ଟ ଯିବି । ଆଉ ସେଠି ମୋ ଅଭିଯୋଗ କରିବି ।  
 

Sponsored
vk pandian balasore visit issue | Argus News