Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାବୁଙ୍କୁ ମହଙ୍ଗା ପଡିପାରେ ହେଲିକପ୍ଟର ବୁଲା; ଟିକିନିକି ହିସାବ କରୁଛି ରାଜ୍ୟ ପରିବହନ ବିଭାଗ

Smruti Parija
Browse all articles by Smruti Parija
·1 year ago·2 min read
ବାବୁଙ୍କୁ ମହଙ୍ଗା ପଡିପାରେ ହେଲିକପ୍ଟର ବୁଲା; ଟିକିନିକି ହିସାବ କରୁଛି ରାଜ୍ୟ ପରିବହନ ବିଭାଗ

Key Points

-ବଢୁଛି ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ବିବାଦ
- ବାବୁଙ୍କୁ ମହଙ୍ଗା ପଡିପାରେ ହେଲିକପ୍ଟର ବୁଲା
- ଟିକିନିକି ହିସାବ କରୁଛି ରାଜ୍ୟ ପରିବହନ ବିଭାଗ
- ବିଭାଗୀୟ ମନ୍ତ୍ରୀ କହିଲେ ଖୁବଶୀଘ୍ର ଆସିବ ନିର୍ଯ୍ୟାସ
- ଭି.କେ ଙ୍କ ଉପରରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ: ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ । ରାଜ୍ୟ ପ୍ରଶାସନ ଓ ରାଜନୀତିର ସବୁଠୁ ବିବାଦୀୟ ବ୍ୟକ୍ତିତ୍ବ । ପୂର୍ବ ସରକାରରେ ସୁପର ସିଏମ୍ ସାଜି ରାଜ୍ କରୁଥିଲେ ଭି.କେ । ବାବୁ ଙ୍କ ପଲିଟିକାଲ ଲଞ୍ଚିଂ ପାଇଁ ଭଣ୍ଡାର ଖୋଲି ଦେଇଥିଲେ ତତ୍କାଳୀନ ବିଜେଡି ସରକାର । ରାଜ୍ୟ ରାଜକୋଷରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ବାବୁଙ୍କ ବ୍ରାଣ୍ଡିଂ କରାଯ।ଇଥିଲା । ଅଭିଯୋଗ ଶୁଣାଣି ନାଁରେ ରାଇଜ ସାରା ହେଲିକାପ୍ଟରରେ ଘିରି ଘିରି ହୋଇ ବୁଲିଥିଲେ ପାଣ୍ଡିଆନ୍ । ନିଜର ପଲିଟିକାଲ ଲଞ୍ଚିଂ ପାଇଁ ହଜାର ହଜାର ଲୋକଙ୍କ ବୁହାଇ କରୁଥିଲେ ସଭା ସମିତି । ନେତା ମନ୍ତ୍ରୀଙ୍କୁ ଟେଣ୍ଡ ବନ୍ଧାଇ 6 ମାସରେ 190 ଟି ସ୍ଥାନରେ କରିଥିଲେ ବିରାଟକାୟ ସଭା । ବଡ ବଡ ଇଭେଣ୍ଟ ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଥିଲା ପାଣି ଭଳିଆ ଟଙ୍କା ।

ଏପରିକି ନିଜର ବ୍ୟକ୍ତିଗତ କାମ ପାଇଁ ବି ସରକାରୀ ଟଙ୍କାରେ ହେଲିକାପ୍ଟରରେ ବୁଲୁଥିଲେ ପାଣ୍ଡିଆନ୍ । ଯାହାକୁ ନେଇ ସାରା ରାଜ୍ୟବାସୀଙ୍କ ମନରେ ସୃଷ୍ଟି ହୋଇଥିଲା ସନ୍ଦେହ । ପାଣ୍ଡିଆନ୍ ଙ୍କ ସଭା ସମିତି ଓ ହେଲିକାପ୍ଟର ବୁଲା ପାଇଁ କେଉଁଠୁ ଆସୁଛି ଏତେ ଟଙ୍କା ବୋଲି ପ୍ରଶ୍ନ କରିଥିଲେ ଲୋକେ । କାହିଁକି ପାଣ୍ଡିଆନ୍ ଙ୍କ ପଲିଟିକାଲ୍ ଲଞ୍ଚିଂ ପାଇଁ ରାଜ୍ୟ ରାଜକୋଷକୁ ଖାଲି କରିଦିଆଯାଉଛି ବୋଲି ଉଠିଥିଲା ପ୍ରଶ୍ନ । ଯାହାକୁ ବିଜେପି ସରକାର ଖୋଲତାଡ ଆରମ୍ଭ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । 

ସେପଟେ ନିଜର ପଲିଟିକାଲ ଲଞ୍ଚିଂ ପାଇଁ ପାଣ୍ଡିଆନ୍ ଙ୍କ ଜିଲ୍ଲା ବୁଲା ବିଜେଡି ପାଇଁ ମହଙ୍ଗା ହେବା ପରେ ବି କିଛି ଦଳୀୟ ନେତାଙ୍କ ଆଖି ଖୋଲିନି । ନିର୍ବାଚନ ବେଳେ ସବୁଠୁ ଅଧିକ ବିବାଦୀୟ ବ୍ୟକ୍ତିତ୍ବ ହୋଇଥିଲା ଭି.କେ ପାଣ୍ଡିଆନ୍ । ଭୈରବଙ୍କ ଉପରେ ଓଡିଆ ଲୋକଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଥିଲା । ଯେଉଁଥିପାଇଁ 24 ବର୍ଷ ଶାସନରେ ବିଜେଡି ଆଜି ବିରୋଧୀ ଦଳରେ ବସିଛି । ତଥାପି ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହୁଅନ୍ତୁ କିମ୍ବା କିଛି ଦଳୀୟ ନେତାଙ୍କ ର ପାଣ୍ଡିଆନ୍ ପ୍ରେମ ଯାଉନି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜକୋଷକୁ ଲୁଟ୍ କରିଥିବା ତାମିଲ ବାବୁ ଭୈରବ ପାଣ୍ଡିଆନ୍ ଙ୍କୁ ନେଇ ଓଡିଆ ଲୋକଙ୍କ ଭିତରେ ପ୍ରବଳ ଆକ୍ରୋଶ ଏବେ ବି ରହିଛି ।  ଦେଖିବାର କଥା ଆଇନର ହାତ ନବୀନ ନିବାସରେ ଆତ୍ମଗୋପନ କରିଥିବା ଭୈରବ ପାଣ୍ଡିଆନ୍ ଙ୍କୁ କେବେ ଜେଲ୍ କୁ ଟାଣି ପାରୁଛି କି ନାହିଁ । 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
vk-pandian-helcopter-controversy | Argus News