Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣ୍ଡିଆନ କହିଲେ 'ସନ୍ଥକବି' ଗଙ୍ଗାଧର ମେହେର

Smruti Parija
Browse all articles by Smruti Parija
·2 years ago·1 min read
ପାଣ୍ଡିଆନ କହିଲେ 'ସନ୍ଥକବି' ଗଙ୍ଗାଧର ମେହେର

ସମ୍ବଲପୁର: ସଭାରେ ବିଳିବିଳେଇଲେ ପାଣ୍ଡିଆନ । ସମ୍ବଲପୁର ସଭାରେ ସମ୍ବୋଧନ କରୁଥିବା ସମୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ କହିଲେ 'ସନ୍ଥ କବି' । ଭୀମଭୋଇଙ୍କ ନାମ ପୂର୍ବରୁ କେବଳ 'କବି' କହିଲେ ପାଣ୍ଡିଆନ । ସଭାରେ ଏଭଳି ଭାଷଣ ଦେଇଛନ୍ତି ବିଜେଡି ନେତା ପାଣ୍ଡିଆନ । 

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଓଡିଶାର ବରପୁତ୍ରଙ୍କୁ ଅପମାନ । ଗଙ୍ଗାଧର ମେହେର ସାରା ବିଶ୍ୱରେ ସ୍ୱଭାବ କବି ନାଁରେ ଖ୍ୟାତ । ହେଲେ ପାଣ୍ଡିଆନଙ୍କ ଏହି ଭୂଲ୍ ଉଚାରଣ ସୂଚାଉଛି ଓଡିଆ ଅସ୍ମିତାକୁ ସେ କେତେ ବୁଝନ୍ତି । କେତେ ସମ୍ମାନ ଦିଅନ୍ତି । 

ଅନ୍ୟପଟେ ଦେବଗଡ଼ ପରେ ଏବେ ସମ୍ବଲପୁର ରେ ପାଣ୍ଡିୟାନ୍ ଙ୍କ ସଭାରୁ ଉଠି ଚାଲି ଯାଇଛନ୍ତି ଶହ ଶହ ମହିଳା । ସମ୍ବଲପୁର ସ୍ଥିତ ପିଏଚଡି ପଡ଼ିଆରେ ବିଜୁ ଜନତା ଦଳର ବିରାଟ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କାର୍ତ୍ତିକ ପାଣ୍ଡିୟାନ, ସାଂସଦ ପାର୍ଥି ବବି ଦାସ, ବିଧାୟକ ପାର୍ଥି ରୋହିତ ପୂଜାରୀ ସଭାରେ ଥିଲେ । ସଭା ଆରମ୍ଭ ପୂର୍ବରୁ ସମସ୍ତ ଚେୟାର ଫାଙ୍କା ପଡିଥିବା ଦେଖିବା ପାଇଁ ମିଳିଲା । ସମସ୍ତ ମହିଳା ଚେୟାରରୁ ଉଠି ପଳେଇ ଯାଇଥିବା ଦେଖିବା ପାଇଁ ମିଳିଥିଲା । ବଡ଼କଥା ହେଲା କାର୍ତ୍ତିକ ପାଣ୍ଡିୟାନଙ୍କୁ ଆଉ ମହିଳା ଗ୍ରହଣ କରୁ ନାହାନ୍ତି । କିଛି ଦିନ ପୂର୍ବରୁ ସମାନ ଘଟଣା ଦେବଗଡ଼ରେ ବିଜେଡି କାର୍ଯ୍ୟକ୍ରମରେ ଦେଖିବା ପାଇଁ ମିଳିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
vk-Pandian recognised-Gangadhar Meher-as- 'Santhakbi' | Argus News