Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିଲ୍ଲୀରୁ ଫେରିଲେ ଭି.କେ ପାଣ୍ଡିଆନ

Odisha

ଦିଲ୍ଲୀରୁ ଫେରିଲେ ଭି.କେ ପାଣ୍ଡିଆନ

Smruti Parija
Browse all articles by Smruti Parija
·2 years ago·1 min read
ଦିଲ୍ଲୀରୁ ଫେରିଲେ ଭି.କେ ପାଣ୍ଡିଆନ

ଅର୍ଗସ ବ୍ୟୁରୋ: ଦିଲ୍ଲୀରୁ ଫେରିଲେ ଭିକେ ପାଣ୍ଡିଆନ । ଏବେ ନବୀନ ନିବାସରେ ଅଛନ୍ତି ପାଣ୍ଡିଆନ । ବୁଧବାର ରାତିରେ ଦିଲ୍ଲୀ ଯାଇଥିଲେ ଭି.କେ ପାଣ୍ଡିଆନ । ବିଜେଡିର ବିପର୍ଯ୍ୟୟ ପରେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ଚାଲିଥିଲାବେଳେ ସେ ବୁଧବାର ରାତିରେ ଦିଲ୍ଲୀ ଯିବା ପରେ ଅନେକ କଳ୍ପନା ଜଳ୍ପନା ହେଉଥିଲା । 

ବିଜେଡିର ଏହି ପରାଜୟ ପରେ କାହିଁକି ପାଣ୍ଡିଆନ ଦିଲ୍ଲୀ ଗଲେ । ପାଣ୍ଡିଆନଙ୍କର ରାଜନୈତିକ ଭବିଷ୍ୟତ କ'ଣ ହେବ । ଏମିତି ଅନେକ ଚର୍ଚ୍ଚା ଲାଗିରହିଥିଲା ।  ତେବେ ପାଣ୍ଡିଆନଙ୍କର ଦିଲ୍ଲୀ ବିମାନ ବନ୍ଦରରେ ଭିଡିଓ ସାମନାକୁ ଆସିବା ପରେ ବିଜେଡି ସ୍ପଷ୍ଟୀକରଣ ରଖିଥିଲା ଯେ, ନବୀନ ପାଣ୍ଡିଆନଙ୍କୁ ଦିଲ୍ଲୀ ପଠାଇଛନ୍ତି । ତେବେ ଦିଲ୍ଲୀରୁ ଫେରି ପାଣ୍ଡିଆନ ନବୀନ ନିବାସକୁ ଫେରିଥିବା ସୂଚନା ରହିଛି । 

ପାଞ୍ଚ ପାଞ୍ଚ ପାଳିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନପ୍ରିୟତା ଓ ପ୍ରତିଷ୍ଠାରେ ଗ୍ରହଣ ଲାଗିବାରୁ ତାଙ୍କ ବିରୋଧରେ ଖଡ଼ଗହସ୍ତ ବିଜେଡି ନେତା। କେତେକ ତ ସାମ୍ନାକୁ ଆସି ଖୁଲମଖୁଲ୍ଲା ପାଣ୍ଡିଆନଙ୍କୁ ଗାଳି ଦେଉଛନ୍ତି। ବିଜେଡିରୁ ତଡ଼ିବାକୁ ନିଜ ଦଳର ନେତାଙ୍କୁ ଦେଉଛନ୍ତି ଆହ୍ବାନ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Argus Whatsapp Channel Mobile Top
Sponsored
VK Pandian returned from Delhi | Argus News