Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -   ବରାଦି ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନ ହେଲେ ମିଥ୍ୟା ତଥ୍ୟର ସୌଦାଗର

Odisha

  ବରାଦି ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନ ହେଲେ ମିଥ୍ୟା ତଥ୍ୟର ସୌଦାଗର

Manini Pattanayak
Browse all articles by Manini Pattanayak
·2 years ago·2 min read
  ବରାଦି ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନ ହେଲେ ମିଥ୍ୟା ତଥ୍ୟର ସୌଦାଗର

ଭୁବନେଶ୍ୱର: ପାହାନ୍ତିଆରୁ ପାଣ୍ଡିଆନଙ୍କ ମିଛ। ବରାଦି ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନ ହେଲେ ମିଥ୍ୟା ତଥ୍ୟର ସୌଦାଗର। ଶାସ୍ତ୍ରୀୟ ମାନ୍ୟତା ଅର୍ଥ ସତ୍ତ୍ବେ ଓଡ଼ିଆ ଭାଷାକୁ ଅବହେଳାର ଆଣିଲେ ମିଛ ଅଭିଯୋଗ। ଜଗନ୍ନାଥଙ୍କ ନାଁ ନେଇ ବିରୋଧୀଙ୍କୁ ମିଛ ଟାର୍ଗେଟ କରିବାକୁ ପଛେଇଲେ ନାହିଁ ବିଜେଡିର ଷ୍ଟାର ପ୍ରଚାରକ...କୋଷ୍ଟାଲ୍ ହାଇୱେ ଏବଂ BSKY ପ୍ରସଙ୍ଗରେ ବି କହିଲେ ଡାହା ମିଛ।  

 ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା 2014ରେ.. ତେବେ ଶାସ୍ତ୍ରୀୟ ମାନ୍ୟତା ପରେ ଓଡିଆ ଭାଷା ପାଇଁ ଟଙ୍କାଟିଏ ବି କେନ୍ଦ୍ର ସରକାର ଦେଇନାହିଁ ବୋଲି ପାହାନ୍ତିଆ ବରାଦି ସାମ୍ବାଦିକ ସମ୍ମିଳନୀରେ ଡାହା ମିଛ କହିଛନ୍ତି ଭୈରବ ପାଣ୍ଡିଆନ।  ରାଜ୍ୟସଭାରେ କେନ୍ଦ୍ର ସଂସୃତି ମନ୍ତ୍ରୀଙ୍କ  ଉତ୍ତର.. ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଅନ୍ୟ ଭାଷା ପରି 2020ରୁ ଲଗାତର ଓଡିଆ ଭାଷାକୁ ଅନୁଦାନ ମିଳି ଆସୁଛି । ଏ ହେଉଛି ବର୍ଷ ୱାରୀ ହିସାବ । 2023-24ରେ ମାଲାୟଲମ ଠାରୁ ବି ଓଡ଼ିଆକୁ ଅଧିକ ଅନୁଦାନ ଆସିଛି ।

ଏ ତଥ୍ୟକୁ ଦେଖିବା ପରେ ପାଣ୍ଡିଆନଙ୍କ ପାଖରେ ଅଛି କି ଉତ୍ତର ? ବିଧାନସଭାରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଫେବୁଆରୀ 6ରେ କହିଛନ୍ତି, କେନ୍ଦ୍ର ସରକାରଙ୍କ ସହଯୋଗରେ ଭୁବନେଶ୍ବରରେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର 2020ରୁ କାର୍ଯ୍ୟକ୍ଷମ ହୋଇସାରିଛି । ତେବେ ଏହି ଉତ୍କର୍ଷ କେନ୍ଦ୍ର ପାଇଁ 2014ରେ କେନ୍ଦ୍ର ଅନୁରୋଧ କରିବାର 5 ବର୍ଷ ପରେ ଅର୍ଥାତ 2019ରେ ରାଜ୍ୟ ସରକାର ଭୁବନେଶ୍ବରରେ ଜମି ଯୋଗାଇଥିଲେ । ସେହିପରି ଭୁବନଶ୍ବରରେ ଥିବା ଓଡ଼ିଆ ଭାଷା ଓ ସଂସ୍କତିର ଗବେଷଣା କେନ୍ଦ୍ର ଭାବେ ପରିଚିତ ପୂର୍ବାଞ୍ଚଳ ଭାଷା କେନ୍ଦ୍ରକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଭିତ୍ତିଭୂମି ବିକାଶ ପାଇଁ 45 କୋଟି ଦେଇସାରିଛି। ଏନଡିଏ ଶାସନ ସମୟରେ ଓଡିଶାରେ କୌଣସି କେନ୍ଦ୍ରୀୟ ଅନୁଷ୍ଠାନ ହୋଇନି ବୋଲି ମିଛ କହିଛନ୍ତି ପାଣ୍ଡିଆନ।  ଅରୁଣ ଜେଟଲୀ ଅର୍ଥ ମନ୍ତ୍ରୀ ଥିବାବେଳେ ଓଡିଶାରେ ଆଇଆଇଏମ ପାଇଁ ହୋଇଥିବା ବ୍ୟୟବରାଦ କଥା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 କେବଳ ଆଇଆଇଏମ ନୁହେଁ ଭୁବନେଶ୍ବରର ଓ ଖୋର୍ଦ୍ଧାରେ 3ଟି ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ, ବ୍ରହ୍ମପୁରରେ ଆଇଜର, ପୁରା ଓଡିଶାରେ 21 କେନ୍ଦ୍ରୀୟ ବିଦ୍ୟାଳୟ, ଭୁବନେଶ୍ବରରେ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି ପରି ଅନେକ କେନ୍ଦ୍ରୀୟ ଅନୁଷ୍ଠାନ ଏହି 10 ବର୍ଷରେ ହୋଇଛି । କୋଷ୍ଟାଲ ହାଇୱେର ଗତିପଥ ବାରମ୍ବାର ପରିବର୍ତ୍ତନ କରିବା ଓ ଲୋକଙ୍କୁ ଲଗାଇ ବିଜେଡି ନେତାଙ୍କ ଆନ୍ଦୋଳନରେ ପାଣ୍ଡିଆନ ବନିଥିଲେ ସୁତ୍ରଧର କର୍ମଚାରୀ ବଦଳରେ କରିଥିଲେ କର୍ମୀର କାମ...ସଂସଦର ପଟଳର ବିଜେଡିର ଅଧିକୃତ ବକ୍ତା ଭାବେ ସାଂସଦ ପୀନାକୀ ଓଡ଼ିଶାର ବିକାଶରେ ମୋଦି ବଡ଼ ଭୂମିକା ନେଇଥିବା କହି କରିଥିଲେ ଭୂରି ଭୂରି ପ୍ରଂଶସା। 
 ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
The star campaigner of BJD did not follow Jagannath's name to target the opposition with lies | Argus News