Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଣ୍ଡିଆନଙ୍କ ପୋଜିସନ୍‌ କଣ ?  ନେତା ନା ମନ୍ତ୍ରୀ ?

Odisha

ପାଣ୍ଡିଆନଙ୍କ ପୋଜିସନ୍‌ କଣ ?  ନେତା ନା ମନ୍ତ୍ରୀ ?

Smruti Parija
Browse all articles by Smruti Parija
·2 years ago·2 min read
ପାଣ୍ଡିଆନଙ୍କ ପୋଜିସନ୍‌ କଣ ?  ନେତା ନା ମନ୍ତ୍ରୀ ?

Key Points

ପାଣ୍ଡିଆନଙ୍କ ପୋଜିସନ୍‌ କଣ ? 
ନେତା ନା ମନ୍ତ୍ରୀ ?

ସିଏମଓ ଅଫିସରୁ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ

ଅର୍ଗସ ବ୍ୟୁରୋ: ପାଣ୍ଡିଆନ ନେତା ନା ଅଫିସର ? ନିୟମ ଅନୁସାରେ ସେ ଚାକିରି ଛାଡିବା ପରେ ଏବେ ନେତା । ହେଲେ ତଥ୍ୟ କହୁଛି, ସିଏ ରାଜ୍ୟର ଏବେ ବି ନମ୍ବର ୱାନ ଅଫିସର । ଏ କଥା ଆମେ ନୁହେଁ ବରଂ ସିଏମଓ ଅଫିସର ତଥ୍ୟ ହିଁ କହିଛି । ଖାଲି ଏତିକି ନୁହେଁ ବରଂ ପାର୍ଟି ଟିକଟ ବଂଟାରେ  ପାଣ୍ଡିଆନଙ୍କର ହସ୍ତକ୍ଷେପ ରହୁଛି । ବିଜେଡିର ରାଜନୈତିକ କାର୍ଯ୍ୟକ୍ରମରେ ବି ସିଧାସଳଖ ପାଣ୍ଡିଆନ ହସ୍ତକ୍ଷେପ କରୁଛନ୍ତି । ବାସ୍ତବରେ କହିବାକୁ ଗଲେ ସେ ସବୁକିଛି ନିୟନ୍ତ୍ରଣ କରୁଛନ୍ତି । କିନ୍ତୁ ଏହାପରେ ବି ଅଫିସର ଲିଷ୍ଟରେ ତାଙ୍କ ନାଁ କେମିତି ରହିଲା ତାହାକୁ ନେଇ ଉଠିଲାଣି ପ୍ରଶ୍ନ ।

ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ପ୍ରଶାସନିକ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ପାଣ୍ଡିଆନ । ହେଲେ ଏହାପରେ ବି ଅଫିସର ଲିଷ୍ଟରେ ତାଙ୍କ ନାଁ କେମିତି ରହିଛି ତାହାକୁ ନେଇ ଏବେ ଉଠିଲାଣି ପ୍ରଶ୍ନ । ଖାଲି ଏତିକି ନୁହେଁ ବରଂ ପାଣ୍ଡିଆନଙ୍କୁ ତୁରନ୍ତ 5T ଅଧ୍ୟକ୍ଷ ପଦରୁ ବହିଷ୍କାର କରିବା ପାଇଁ ଦାବି କରିଛି ବିଜେପି । 

ନିର୍ବାଚନୀ ସମୟ
ବିବାଦରେ ପାଣ୍ଡିଆନ

ନିର୍ବାଚନ ସମୟରେ ପୁଣି ପାଣ୍ଡିଆନଙ୍କୁ ନେଇ ବଢିଲା ବିବାଦ । କାରଣ ପାଣ୍ଡିଆନ ସବୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ପ୍ରାର୍ଥୀଙ୍କୁ ଟିକେଟ ଦେଉଛନ୍ତି ଏବଂ ଦଳ ପରିଚାଳନା କରୁଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଅଫିସର ଲିଷ୍ଟରେ ବିଜେଡ଼ି ନେତା ପାଣ୍ଡିଆନ ରହିପାରିବେ କି ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସର ଟିକେଟ ବାଣ୍ଟିବା କିମ୍ବା ଦଳୀୟ ସଭାରେ ଭାଷଣ ଦେବା କେବେ ଦେଖା ଯାଏ ନାହିଁ । ପାଣ୍ଡିଆନ ଅଫିସର ନାଁ ନେତା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ମୁଖ୍ୟ ଶାସନ ସଚିବଙ୍କ ଠାରୁ ଉତ୍ତର ମାଗିଛି ଦଳ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆରଟିଆଇ କର୍ମୀମାନେ ପାଣ୍ଡିଆନଙ୍କ ସୁରକ୍ଷା ନେଇ ଗଣମାଧ୍ୟମ ଆଗରେ ତଥ୍ୟ ରଖିଥିଲେ । ଏହା ଉପରେ ପାଣ୍ଡିଆନ ଏବେ ଯାଏଁ ପ୍ରତିକ୍ରିୟା ଦେଇନାହାନ୍ତି । ପ୍ରେସମିଟ୍ କରିବା ପାଇଁ ଓଡ଼ିଶା ପୋଲିସକୁ କିଏ ଚାପ ପକାଇଲା ? ଓଡ଼ିଶା ପୋଲିସ ବିଜେଡ଼ି ନିର୍ବାଚନ ଜିତିବା ପାଇଁ ଦାୟିତ୍ଵ ନେଇ କାମ କରୁଛି ।

ଆହୁରି ପଢନ୍ତୁ ରାଜନୀତି ଖବର...

Argus Whatsapp Channel Mobile Top
Sponsored
vk-pandian-Still the number one officer in the state | Argus News