ପୁଣି ହଟହଟା ହେଲେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ

ଅର୍ଗସ ବ୍ୟୁରୋ : ଜିଲ୍ଲା ପରେ ଜିଲ୍ଲା ବୁଲୁଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ସବୁ ଜିଲ୍ଲାରେ ବିରୋଧର ଶିକାର ମଧ୍ୟ ହେଉଛନ୍ତି । ଯୁଆଡ଼େ ଗଲେ ଜୟ ଶ୍ରୀରାମ ନାରା ଶୁଣିଲେ । ଜୟ ଶ୍ରୀରାମ ନାରେ କମ୍ପୁଛି ସାରା ପରିବେଶ । ଉଠିଲା ପଡ଼ିଲା ସାରା ସହର । ପୁଣି ହଟା ହଟା ହେଲେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଆଜି ଫାଇଭ-ଟି ଅଧ୍ୟକ୍ଷ ଭଦ୍ରକକ ଜିଲ୍ଲାର ଧାମରଗର ଅଞ୍ଚଳର ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏବଂ ମଝି ରାସ୍ତାରେ ହଟହଟାର ଶିକାର ହୋଇଛନ୍ତି ।
ଭି.କେ ପାଣ୍ଡିଆନ ଏବେ ସାରା ରାଜ୍ୟ ବୁଲି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ କରୁଛନ୍ତି । କିନ୍ତୁ ସରକାର ଯୋଜନା ସଠିକ୍ ଭାବରେ ଲୋକଙ୍କ ପାଖରେ ପହଞ୍ଚୁ ନଥିବାରୁ ଅନେକ ସମୟରେ ପାଣ୍ଡିଆନଙ୍କ ସମେତ ବିଜେଡି ନେତାଙ୍କୁ ବିରୋଧ କରାଯାଉଛି । ଯାହାର ଚିତ୍ର ଆଜି ଦେଖିବାକୁ ମଳିଛି ଧାମନଗର ଓ ଯାଜପୁର ଜିଲ୍ଲା ସୀମାନ୍ତ ଷେଣ୍ଡପୁର ନିକଟରେ । ଏଠି ପ୍ରଶ୍ନ ଉଠୁଛି, କାହିଁକି ସବୁ ଜିଲ୍ଲାରେ ବିରୋଧର ଶିକାର ହୋଉଛନ୍ତି ପାଣ୍ଡିଆନ ? କଣ ପାଇଁ ତାମିଲ ନେତାଙ୍କୁ ନେଇ ବଢୁଛି ପ୍ରତିବାଦ ?
📱 Get Argus News App
✨ଗୁରୁତ୍ଵପୂର୍ଣ୍ଣ କଥା ହେଲା ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ଜିଲ୍ଲା ପରେ ଜିଲ୍ଲା ଗସ୍ତ କରୁଛନ୍ତି ପାଣ୍ଡିଆନ । କିନ୍ତୁ ବିଜେଡି ଓ ପାଣ୍ଡିଆନଙ୍କ ପ୍ରତି ଅସନ୍ତୋଷ ବଢୁଥିବାରୁ ଏବେ ସବୁ ମଞ୍ଚ ଓ ସବୁ ସ୍ଥାନରେ ଦେଖଇବାକୁ ମିଳିଛି ପ୍ରତିବାଦର ସୋର । ଏବଂ ଆଜି ପାଣ୍ଡିଆନଙ୍କୁ ମଧ୍ୟ ବିରୋଧର ଶିକାର ହେବାକୁ ପଡ଼ିଛି । ଧାମନଗର ସାଧାରଣ ଯୁବକଙ୍କ ମୁଁହରେ ଶୁଣିବାକୁ ମିଳିଛି ଜୟ ଶ୍ରୀରାମ ନାରା । ଆଗକୁ ଦେଖିବାକୁ ରହିଲା, ପୁଣି କେଉଁ କେଉଁ ଜିଲ୍ଲାରେ ବିରୋଧର ଶିକାର ହେବେ ପାଣ୍ଡିଆନ । ଖାଲି ବିରୋଧର ଶିକାର ହେବେ ନା ଟମାଟୋ ମାଡ଼ର ବି ଶିକାର ହେବେ ।