Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଚସ୍ପତିଙ୍କୁ ଅସମ୍ମାନ ଘଟଣାରେ ରାଜ୍ୟସାରା ପ୍ରତିବାଦର ସ୍ବର

Manini Pattanayak
Browse all articles by Manini Pattanayak
·1 year ago·2 min read
ବାଚସ୍ପତିଙ୍କୁ ଅସମ୍ମାନ ଘଟଣାରେ ରାଜ୍ୟସାରା ପ୍ରତିବାଦର ସ୍ବର

ଭୁବନେଶ୍ୱର:  ଶୁକ୍ରବାର ବିଧାନସଭାରେ ବିଜେଡି ବିଧାୟକମାନେ ଯେଉଁ କଳଙ୍କିତ ଇତିହାସ ସୃଷ୍ଟି କଲେ ତାକୁ ନେଇ ରାଜ୍ୟସାରା ଦେଖିବାକୁ ମଳିଛି ତୀବ୍ର ପ୍ରତିକ୍ରିୟା । ପୋଡ଼ିୟମ ଉପରେ ଚପଲ ମାଡ଼ି ଚଢି ମହିଳା ବାଚସ୍ପତିଙ୍କ ହାତ ଭିଡିବା ଭଳି ଉଦ୍ୟମକୁ ସବୁ ମହଲରୁ କରାଯାଇଛି ନିନ୍ଦା । ମା'କୁ ସମ୍ମାନର ସ୍ଲୋଗାନ ଦେଉଥିବା ଦଳର ବିଧୟକ ଯେଭଳି ଆଚରଣ ଜଣେ ମହିଳା ବାଚସ୍ପତିଙ୍କ ପ୍ରତି ପ୍ରଦର୍ଶନ କଲେ ତାର ପ୍ରତିବାଦ କରିଛନ୍ତି ସମସ୍ତେ  ।  

ଶୁକ୍ରବାର ବିଧାନସଭାରେ ବିଜେଡି ବିଧାୟକମାନେ ଯେଉଁ କଳଙ୍କିତ ଇତିହାସ ସୃଷ୍ଟି କଲେ ତାକୁ ନେଇ ରାଜ୍ୟସାରା ଦେଖିବାକୁ ମଳିଛି ତୀବ୍ର ପ୍ରତିକ୍ରିୟା। ପୋଡ଼ିୟମ ଉପରେ ଚପଲମାଡ଼ି ଚଢି ମହିଳା ବାଚସ୍ପତିଙ୍କ ହାତ ଭିଡିବା ଭଳି ଉଦ୍ୟମକୁ ସବୁ ମହଲରୁ କରାଯାଇଛି ନିନ୍ଦା। ମା'କୁ ସମ୍ମାନର ସ୍ଲୋଗାନ ଦେଉଥିବା ଦଳର ବିଧୟକ ଯେଭଳି ଆଚରଣ ଜଣେ ମହିଳା ବାଚସ୍ପତିଙ୍କ ପ୍ରତି ପ୍ରଦର୍ଶନ କଲେ ତାର ପ୍ରତିବାଦ କରିଛନ୍ତି ସମସ୍ତେ। ମହିଳାମାନେ ପ୍ରଶ୍ନ କରିଛନ୍ତି ଯଦି ବିଜେଡି ବିଧାୟକଙ୍କଠାରୁ ବିଧାନସଭା ଭିତରେ ମହିଳା ବାଚସ୍ପତି ନୁହନ୍ତି ସୁରକ୍ଷିତ ସାଧାରଣ ମହିଳା କିଭଳି ସେମାନଙ୍କୁଠାରୁ କିଭଳି ସୁରକ୍ଷା ଆଶା କରିବେ।  ୨୫ ବର୍ଷ ଧିର ସରକାରରେ ଥିବା ବିଜେଡି ହାତରୁ କ୍ଷମତା ଚାଲିଯିବା ପରେ ଇଏ ଦଳର ବିଧାୟକଙ୍କର ହତାଶାର ପରିଚୟ ବୋଲି କହିଛନ୍ତି ବୁଦ୍ଧିଜୀବୀ। 

ବିଧାନସଭାରେ ମଧ୍ୟ ବାଚସ୍ପତିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶାସକ ଦଳ ବିଧାୟକ। ବିରୋଧୀ ଦଳ ଏପରି କାର୍ଯ୍ୟ ପାଇଁ କ୍ଷମା ମାଗୁ ବୋଲି ଦାବି କରିଛନ୍ତି ବିଜେପି ବିଧାୟକ। ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ ଓ ମାଧବ ଧଡ଼ାଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ଏହା ବାଚନିକ ଭୋଟରେ ଗୃହୀତ ହୋଇଥିଲା। ମହିଳା ବାଚସ୍ପତିଙ୍କୁ କିଭଳି ସମ୍ମାନ ଦେବା କଥା ଏହି ନିନ୍ଦା ରୁ ଶାସକ ଦଳ ଶିକ୍ଷା ଲାଭ କରୁ ବୋଲି କହିଛନ୍ତି ବିଧାୟକ ଟଙ୍କଧର ତିପାଠୀ।  ହେଲେ ବିଜେଡି ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ଏବେ ବି ନିଜ ବିଧାୟକଙ୍କ ଭୁଲ ମାନିବାକୁ ନାରାଜ ମୁଖ୍ୟ ବିରୋଧୀ ଦଳ।   ବାଚସ୍ପତିଙ୍କ ପ୍ରତି ଅଶୋଭନୀୟ ଆଚରଣ ଯୋଗୁଁ ବ୍ୟାକଫୁଟରେ ବିରୋଧୀ ଦଳ। ତେବେ ଏ ପ୍ରସଙ୍ଗରେ ମହିଳାଙ୍କ ମସିହା ବନିଥିବା ବିରୋଧୀ ଦଳ ନେତା ନବୀନଙ୍କ ନିରବତାକୁ ନେଇ ଉଠିଛି ପ୍ରଶ୍ନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored