ବାପାଙ୍କ ଗଡ଼କୁ ସମ୍ଭାଳି ପାରିଲେନି ଜୁନିଅର ମହାରଥୀ ରୁଦ୍ର

ପୁରୀ: ପିପିଲିରେ ଚିତ୍ପଟାଙ୍ଗ ବିଜେଡି । ହାରିଲେ ରୁଦ୍ର ମହାରଥୀ, ବାଜି ମାରିଲେ ଆଶ୍ରିତ । ଦୀର୍ଘ 35 ବର୍ଷ ପରେ ମହାରଥୀଙ୍କ ଅଭେଦ୍ୟ ଗଡ଼ ପିପିଲିରେ ବିଜୟ ପତାକା ଉଡାଇବାରେ ସକ୍ଷମ ହୋଇଛି ବିଜେପି । ବାପାଙ୍କ ଗଡ଼କୁ ସମ୍ଭାଳି ପାରିଲେନି ଜୁନିଅର ମହାରଥୀ ରୁଦ୍ର । ବିଜେଡିର ମିଛ ପ୍ରତିଶ୍ରୁତିକୁ ନେଇ ଭୋଟରଙ୍କ କ୍ଷୋଭ । ପିପିଲି-କହାଯାଏ ଇଏ ମହାରଥୀଙ୍କ ଗଡ଼ । ବିଜେଡିର ପ୍ରଦୀପ ମହାରଥୀ ଲଗାତାର ୮ ଥର ଏଠୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।
୨୦୨୧ରେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ହୋଇଥିଲା ପିପିଲିରେ ହୋଇଥିଲା ଉପନିର୍ବାଚନ । ମଇଦାନକୁ ଓହ୍ଲାଇଥିଲେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ । ବିଜୟୀ ବି ହୋଇଥିଲେ । ହେଲେ ଏଥର ବଦଳିଗଲା ସବୁ ଗଣିତ । 15 ହଜାର 162 ଖଣ୍ଡ ଭୋଟ୍ରେ ପିଲିଲି ଗଡ଼ ଜିତି ଯାଇଥିଲେ ବିଜେପିର ଆଶ୍ରିତ ପଟ୍ଟନାୟକ। କୁହାଯାଉଛି, ଉପନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ନାହିଁ ରୁଦ୍ର । ଆଉ ଲୋକଙ୍କ କ୍ଷୋଭର ଶିକାର ହେଲେ ।
ଅଭିଯୋଗ ହେଉଛି, ଜୁନିଅର ମହାରଥୀ ବାସ୍ତବରେ ସାଧାରଣ ଭୋଟରଙ୍କ ନିକଟତର ହୋଇ ପାରିଲେନି । ପ୍ରତିଶ୍ରୁତି ଅନୁଯାୟୀ 30 ପ୍ରତିଶତ କାମ ବି ହେଲାନି । ସେହିପରି ଶ୍ରୀମନ୍ଦିର ଚାରିଦ୍ବାର ପ୍ରସଙ୍ଗ ହେଉ ଅବା ରତ୍ନଭଣ୍ଡାର ପ୍ରସଙ୍ଗ ଜନତା ବିଜେଡି ପ୍ରତି ବିମୁଖ ଥିବା ବେଳେ ଅଣଓଡ଼ିଆ ଲୋକଙ୍କ ଦବଦବାକୁ ଲୋକେ ସହଜରେ ଗ୍ରହଣ କରି ପାରିନଥିଲେ । ଯାହା ବିଜେଡି ପ୍ରତି ଘାତକ ସାଜିଲା। ଦୀର୍ଘ 35 ବର୍ଷ ପରେ ମହାରଥୀଙ୍କ ଅଭେଦ୍ୟ ଗଡ଼ ପିପିଲିରେ ବିଜୟ ପତାକା ଉଡାଇବାରେ ସକ୍ଷମ ହୋଇଛନ୍ତି ବିଜେପିର ଆଶ୍ରିତ ପଟ୍ଟନାୟକ । ଆଗକୁ ପିପିଲି ବାସୀଙ୍କ ପାଇଁ କଣ କରୁଛନ୍ତି ଆଶ୍ରିତ ତାହା ଦେଖିବାକୁ ବାକି ରହିଲା ।
📱 Get Argus News App
✨ଅଧିକ ପଢନ୍ତୁ ଓଡିଶା ଖବର