Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କାଲି ସଂଧ୍ୟାରେ ସରିଲା ପ୍ରଚାର

Odisha

ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କାଲି ସଂଧ୍ୟାରେ ସରିଲା ପ୍ରଚାର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କାଲି ସଂଧ୍ୟାରେ ସରିଲା ପ୍ରଚାର

ଅର୍ଗସ ବ୍ୟୁରୋ: ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କାଲି ସଂଧ୍ୟାରେ ସରିଲା ପ୍ରଚାର । ଶେଷ ଦିନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଦଳର ବହୁ ହେଭିୱେଟ୍ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପ୍ରମୁଖ କଲେ ମାରାଥନ୍ କ୍ୟାମ୍ପେନ୍ । ବାଣପୁର ଜନସଭାରେ ନବୀନ ପାଣ୍ଡିଆନ୍‌ଙ୍କୁ ଯୋଗୀଙ୍କ ନିସାନା ।  ଓଡ଼ିଶାରେ ନବୀନ ସରକାର ବାବୁମାନଙ୍କ ଘେରାବନ୍ଦୀରେ ରହିଛନ୍ତି । ଯେଉଁଠି ବାବୁରାଜ ଚାଲେ ସେଠି ଲୋକ ଉତ୍ପୀଡ଼ିତ ହୁଅନ୍ତି ବୋଲି କହିଛନ୍ତି ଯୋଗୀ  ।

ସେପଟେ ଓଡ଼ିଶାରେ କିଏ ଚଳାଉଛି ଶାସନ ? ଓଡ଼ିଶାରେ ଶାସନ ଚଳାଇବା ପାଇଁ କେହି ଯୋଗ୍ୟ ବ୍ୟକ୍ତି ନାହାନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଓଡ଼ିଶାରେ ଆଉଟସୋର୍ସ ସରକାର ଚାଲିଛି । ଏପରିକି ସ୍କୁଲ ଡ୍ରେସ, ସାଇକେଲ ବାହାରୁ ଆସିଛି  । ସେହିପରି ଓଡ଼ିଶାରେ 5-ଟି ନୁହେଁ ଗୋଟିଏ ଟି କାମକରୁଛି । ଏଠି ଟି ଫର ଟ୍ରାନ୍ସଫରେନ୍ସି ନୁହେଁ ଟି ଫର ତାମିଲନାଡୁ । ଓଡ଼ିଶାରେ ସରକାର ନାମରେ କିଛି ନାହିଁ ବୋଲି କହି ବର୍ଷିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Voting for the third phase of elections in Odisha was done yesterday evening | Argus News