କୋଲନରା ବ୍ଲକରେ ଭୋଟ୍ ବର୍ଜନ
·2 years ago·1 min read

ଅର୍ଗସ ବ୍ୟୁରୋ: ରାୟଗଡା ଜିଲ୍ଲା କୋଲନରା ବ୍ଲକରେ ଭୋଟ୍ ବର୍ଜନ । କୋଲନରା ପଞ୍ଚlୟତ ଅନ୍ତର୍ଗତ କନ୍ଧ ଚମ୍ପିଆ, କlରନିପlଢୁ ଏବଂ ଡଙ୍ଗପlଢୁ ତିନୋଟି ଗ୍ରାମର ୪୫୨ ଭୋଟର ଭୋଟ୍ ବର୍ଜନ କରିଛନ୍ତି । ପାଣି, ରାସ୍ତା ଓ ଚାଷ ଜମିକୁ କେନାଲ ମାଧ୍ୟମରେ ପାଣି ପଂହଚାଇବା ଭଳି ମୌଳିକ ସମସ୍ୟାକୁ ନେଇ ଭୋଟ ବର୍ଜନ କରିଛନ୍ତି ଲୋକମାନେ। ଘଟଣାସ୍ଥଳରେ କୋଲନରା ତହସିଲଦାର ଏବଂ ଚାନ୍ଦିଲ ଥାନା ଅଧିକାରୀ ପହଞ୍ଚି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ବୁଝା ସୁଝା କରୁଛନ୍ତି। ହେଲେ ଗ୍ରାମବାସୀ ବୁଝିବାକୁ ନାରାଜ। ଲୋକଙ୍କ କହିବା କଥା 25 ବର୍ଷ ଧରି ବିଜେଡି ସରକାର ଆମ ମାନଙ୍କୁ ଠକି ଆସୁଛି। ଆମେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ସମସ୍ୟା ଜଣାଇଛୁ। ହେଲେ ଆମ ସମସ୍ୟାର ସମାଧାନ କରୁନାହାନ୍ତି ସରକାର। ଆଗେ ପ୍ରଶାସନ ଲିଖିତ ପ୍ରତିଶୃତିଦିଆନ୍ତୁ ତାପରେ ଆମେ ଭୋଟ ଦେବୁ ବୋଲି ଅଡି ବସିଛନ୍ତି ଗ୍ରାମବାସୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: