Videos
|
Odisha

ଦିନକ ପରେ ଓଡିଶାରେ ଭୋଟିଂ, ଏଥିପାଇଁ ବୁଥ ଅଭିମୁଖେ ପୋଲିଂ ପାର୍ଟି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦିନକ ପରେ ଓଡିଶାରେ ଭୋଟିଂ, ଏଥିପାଇଁ ବୁଥ ଅଭିମୁଖେ ପୋଲିଂ ପାର୍ଟି

ଅର୍ଗସ ବ୍ୟୁରୋ: ଦିନକ ପରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟିଂ । ଏଥିପାଇଁ ବୁଥ ଅଭିମୁଖେ ପୋଲିଂ ପାର୍ଟି । ନୂଆପଡାରେ , ସାଧାରଣ ନିର୍ବାଚନକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ପୋଲିଂ ପାର୍ଟି ମାନେ ଏବେ ଇଭିଏମ୍ ଧରି ବୁଥ ଅଭିମୁଖେ ବାହାରିଛନ୍ତି ।ଜିଲ୍ଲାର 604 ଗୋଟି ବୁଥ ପାଇଁ ସମସ୍ତ ବ୍ୟବସ୍ଥା କରିବା ସହ ସମ୍ବେଦନଶୀଳ ବୁଥ ମାନଙ୍କରେ ନିର୍ବାଚନ ତୁଲାଇବା ପାଇଁ ସ୍ବତନ୍ତ୍ର ନଜର ଦିଆଯାଇଛି ।

ସେହିପରି ମହିଳା ମାନଙ୍କ ପାଇଁ ସଖୀ ବୁଥ କରାଯାଇଥିବା କହିଛନ୍ତି ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସୟ । ଆସନ୍ତା 13 ତାରିଖରେ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ନୂଆପଡ଼ା ଜିଲ୍ଲାର ଦୁଇ ଗୋଟି ନିର୍ବାଚନ ମଣ୍ଡଳୀ ଖଡ଼ିଆଳ ଏବଂ ନୂଆପଡ଼ା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି । ମାଓ ପ୍ରବଣ ଅଞ୍ଚଳ ପାଇଁ ହେଲିକପ୍ଟର ଯୋଗେ ପୋଲିଂ ପାର୍ଟି ଯିବା ପାଇଁ ବ୍ୟବସ୍ଥା ହୋଇଛି ।।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Voting in Odisha a day later, the polling party headed to the booth for this | Argus News