ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୯.୩୦ ପ୍ରତିଶତ ଭୋଟିଂ ହୋଇଛି । ନବରଙ୍ଗପୁରରେ ୪୨.୬୫ ପ୍ରତିଶତ, କଳାହାଣ୍ଡିରେର ୪୨.୬୭ ପ୍ରତିଶତ, କୋରାପୁଟରେ ୩୬.୬୪ ପ୍ରତିଶତ ଭୋଟି ହୋଇଛି । ବ୍ରହ୍ମପୁରରେ ୩୪.୯୭ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଓ ତତସଂଲଗ୍ନ 28ଟି ବିଧାନସଭା କ୍ଷେତ୍ରରେ ଚାଲିଛି ମତଦାନ।
ମୋଟ 62 ଲକ୍ଷ 87 ହଜାର ଭୋଟର ମତଦାନ କରିବାକୁ ଯାଉଥିବା ବେଳେ ସେମାନଙ୍କ ମଧ୍ୟରେ 30 ଲକ୍ଷ 97 ହଜାର ପୁରୁଷ, 31 ଲକ୍ଷ 89 ହଜାର ମହିଳା, 1 ଲକ୍ଷ 75 ହଜାର ଯୁବ ଭୋଟର ଓ 14 ଲକ୍ଷ 68 ହଜାର 20 ବର୍ଷରୁ 29 ବର୍ଷର ଭୋଟର ରହିଛନ୍ତି। ସଂସଦୀୟ କ୍ଷେତ୍ର ପାଇଁ 37ଜଣ ପ୍ରାର୍ଥୀ ଥିବା ବେଳେ ବିଧାନସଭା ପାଇଁ 243 ପ୍ରାର୍ଥୀ ରହିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ 7 ହଜାର 303 ମତଦାନ କେନ୍ଦ୍ର ସହ 14ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି। ଲୋକସଭା କ୍ଷେତ୍ରରେ କୋରାପୁଟରେ ସର୍ବନିମ୍ନ ଭୋଟର ଥିବାବେଳେ କଳାହାଣ୍ଡିରେ ସର୍ବାଧିକ ଭୋଟର ରହିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର