Videos
|
Odisha

୫ ବିଧାନସଭା ନିର୍ବାଚନୀ ମଣ୍ଡଳରେ ଚାଲିଛି ମତଦାନ

Banajyotshna Ray
Browse all articles by Banajyotshna Ray
·2 years ago
୫ ବିଧାନସଭା ନିର୍ବାଚନୀ ମଣ୍ଡଳରେ ଚାଲିଛି ମତଦାନ

ଅର୍ଗସ ବ୍ୟୁରୋ: ଭଦ୍ରକ ଜିଲ୍ଲାରେ ୫ ବିଧାନସଭା ନିର୍ବାଚନୀ ମଣ୍ଡଳରେ ଚାଲିଛି ମତଦାନ। ଜିଲ୍ଲାର ୫ ବିଧାନସଭା ନିର୍ବାଚନୀ ମଣ୍ଡଳରେ ୧୩୧୨ ବୁଥ୍ ରେ ୧୨ ଲକ୍ଷ ୮୬ ହଜାର ୩୭୭ ଜଣ ଭୋଟର କରିବେ ମତଦାନ। ଜିଲ୍ଲାରେ ପୁରୁଷ ଭୋଟର ୬୬୨୮୦ ଥିବା ବେଳେ ମହିଳା ଭୋଟର ୬୨୩୪୦୩ ଜଣ ରହିଛନ୍ତି ଧାମନଗର ନିର୍ବାଚନମଣ୍ଡଳୀରେ ତିହିଡି ବ୍ଲକର ୧୩ ପଞ୍ଚାୟତ, ଧାମନଗର ବ୍ଲକ ର ୩୧ ପଞ୍ଚାୟତ ସହ ଧାମନଗର NAC ରେ ୧୧ଟି ୱାର୍ଡରେ ୨୪୭୧୯୬ ଭୋଟର ରହିଥିବା ବେଳେ ୨୫୭ ଟି ବୁଥ୍ ରେ ଚାଲିଛି ମତଦାନ ।

ମତଦାନକୁ ଲକ୍ଷ କରି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ଜିଲ୍ଲା ପ୍ରଶାସନ ତରଫରୁ , ତିହିଡି, ଧାମନଗର ଓ NAC ରେ ସମ୍ବେଦନଶୀଳ ତଥା ଉତେଜନା ବୁଥ୍ ରେ ସିସିଟିଭି ସହ ସୁରକ୍ଷା ବ୍ୟବସ୍ଥା ଅଧିକ କଡାକଡି କରାଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Voting is going on in 5 assembly constituencies | Argus News