Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ବଲପୁର କିଛି ବିଧାନସଭା କ୍ଷେତ୍ରରେ ବଦଳିଲା ଭୋଟିଂ ସମୟ

Swayangprajna Mishra
Browse all articles by Swayangprajna Mishra
·2 years ago
ସମ୍ବଲପୁର କିଛି ବିଧାନସଭା କ୍ଷେତ୍ରରେ ବଦଳିଲା ଭୋଟିଂ ସମୟ

ଅର୍ଗସ ବ୍ୟୁରୋ : ବଦଳିଲା ଭୋଟିଂ ସମୟ ,ମେ ୨୫ ତାରିଖ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ । ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସମ୍ବଲପୁର ଲୋକସଭା କ୍ଷେତ୍ରର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟିଂ ସମୟ  କିଛିଟା  ପରିବର୍ତ୍ତନ କରାଯାଇଛି। କୁଚିଣ୍ଡା, ରେଢାଖୋଲରେ ସକାଳ ୭ଟାରୁ ୪ଟା ଭୋଟ୍ ସମୟ ନିର୍ଦ୍ଦାରଣ କରାଯାଇଛି।

ଅଧିକ ପଢନ୍ତୁ  : ଓଡିଶାର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଦେବଗଡ଼ରେ ସକାଳ ୭ଟାରୁ ଅପରାହ୍ଣ ୫ଟା ଯାଏ ଭୋଟ୍ ହେବ। ରେଙ୍ଗାଲି, ସମ୍ବଲପୁର, ଛେଣ୍ଡିପଦା, ଆଠମଲ୍ଲିକରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ହେବ। ୬ ଲୋକସଭା କ୍ଷେତ୍ରରେ କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ନିର୍ବାଚନ ସମୟ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଭୋଟ୍ ହେବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Voting time has changed in some assembly constituencies of Sambalpur | Argus News