Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନିର୍ବାଚନ ପୂର୍ବରୁ ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ ଚେତାବନୀ

Odisha

ନିର୍ବାଚନ ପୂର୍ବରୁ ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ ଚେତାବନୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନିର୍ବାଚନ ପୂର୍ବରୁ ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ ଚେତାବନୀ

ଅର୍ଗସ ବ୍ୟୁରୋ: ସରକାରୀ ଯୋଜନା ଏଠାରେ ସାତ ସପନ। ଗାଁକୁ ଯିବାକୁ ନାହିଁ ରାସ୍ତା। ଘଞ୍ଚ ଜଙ୍ଗଲ ଭରା ଖାଲଖମା ରାସ୍ତା ଏଠାରେ ଆତଯାତ କରିବାର ମାଧ୍ୟମ। ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ଡୁମ୍ବାଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାରାଣ୍ଡି ଗାଁ। ୨୦୦ ପରିବାର ରହୁଥିବା ଏହି ଗାଁରେ ସରକାରଙ୍କ ସ ବୁ  ଯୋଜନା ଅପହଞ୍ଚ। ବସୁଧା ଯୋଜନାରେ ଜଳଯୋଗାଣ ଅପହଞ୍ଚ ଥିବା ଯୋଗୁଁ ଲୋକେ ନିଜ ଟଙ୍କା ଖର୍ଚ୍ଚ କରି ପାଣି ଟାଙ୍କି ନିର୍ମାଣ କରିଛନ୍ତି। ମାତ୍ର ସେହି ପାଣି ସମସ୍ତଙ୍କ ପାଖରେ ପହଞ୍ଚି ପାରୁନି। ଗାଁ ରେ ଦୁଇଟି କୂଅ ରହିଛି ମାତ୍ର ତାହା ଗ୍ରୀଷ୍ମ ଆରମ୍ଭ ହିଁ ସୁଖି ଗଲାଣି। ଫଳରେ ସ୍ଥାନୀୟ ଲୋକେ ଚୁଆ ପାଣି ଭରସାରେ ଦିନ କାଟୁଛନ୍ତି।

ନିଜ ମୌଳିକ ସମସ୍ୟାର ସମାଧାନ କରିବା ପାଇଁ ସ୍ଥାନୀୟ ଲୋକେ ଅନେକ ଥର ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ତେବେ ସମସ୍ୟାର ସମାଧାନ କରୁନଥିବା ସରକାରକୁ ଆଉ ଭୋଟ ଦେବେ ନାହିଁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Voting warning if issues are not resolved before election | Argus News