Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁରୀ ବେଳାଭୂମିରେ ଅସୁରକ୍ଷିତ ଅଲିଭ ରିଡ଼ଲେ କଇଁଛ

Odisha

ପୁରୀ ବେଳାଭୂମିରେ ଅସୁରକ୍ଷିତ ଅଲିଭ ରିଡ଼ଲେ କଇଁଛ

Jitendra Dash
Browse all articles by Jitendra Dash
·2 years ago·2 min read
ପୁରୀ ବେଳାଭୂମିରେ ଅସୁରକ୍ଷିତ ଅଲିଭ ରିଡ଼ଲେ କଇଁଛ

ଅର୍ଗସ ବ୍ୟୁରୋ : ପ୍ରକୃତିର ବିରଳ ବରଦାନ ଅଲିଭ ରିଡ଼ଲେ । ଏମାନେ କେବଳ ପ୍ରକୃତିର ସୌନ୍ଦର୍ଯ୍ୟ ବୃଦ୍ଧି କରିନଥାନ୍ତି ବରଂ ଉପକୂଳର ଇକୋସିସ୍ଟମର ସନ୍ତୁଳନ ବଜାୟ ରଖିଥାନ୍ତି । ପ୍ରତ୍ୟେକ ବର୍ଷ ନଭେମ୍ବର ଠାରୁ ମେ ମାସ ପର୍ଯ୍ୟନ୍ତ ପୁରୀ ବେଳାଭୂମିରେ ଦେଖାଯାଆନ୍ତି ଏହି ବିରଳ ପ୍ରଜାତି । ଗଣ ଅଣ୍ଡାଦାନ ପାଇଁ ସର୍ବକୃଷ୍ଟ ସ୍ଥାନ ଭାବି ପୁରୀ ଜିଲ୍ଲାର ବାଲୁଖଣ୍ଡ ଠାରୁ ସାତପଡ଼ା ପର୍ଯ୍ୟନ୍ତ ବେଳାଭୂମିକୁ ଚାଲି ଆସିଥାନ୍ତି । ପୁରୀ ଜିଲ୍ଲାର ମୁଖ୍ୟତଃ କୋଣାର୍କ, ବାଲୁଖଣ୍ଡ, ଅସ୍ତରଙ୍ଗ ଓ ବ୍ରହ୍ମଗିରି ବନାଞ୍ଚଳରେ ଏମାନେ ଦେଖିବାକୁ ମିଳିଥାନ୍ତି । ହେଲେ ୨୦୨୧ରୁ ୨୦୨୩ ବର୍ଷର ଏହି ସମୟରେ କାଁଭାଁ ଦେଖିବାକୁ ମିଳୁଛି ଏମାନଙ୍କ ବସା ଓ ଅଣ୍ଡାଦାନ । 

 

୨୦୨୧-୨୨ରେ ବାଲୁଖଣ୍ଡ ବନାଞ୍ଚଳରେ ଦେଖିବାକୁ ମିଳିଥିଲା ମାତ୍ର ୧୦୮ ଟି ବସା ଓ ବ୍ରହ୍ମଗିରିରେ ଦେଖିବାକୁ ମିଳିଥିଲା ମାତ୍ର ୬୫ଟି ବସା । ଯାହା ଗତ ୭ ବର୍ଷ ଭିତରେ ସର୍ବନିମ୍ନ । ସୂଚନା ଅନୁଯାୟୀ ୨୦୧୬-୧୭ ର କଥା ବିଚାରକୁ ନେଲେ ୩୦୪୩ ଟି ବସାରୁ ୧ଲକ୍ଷରୁ ଉର୍ଦ୍ଧ୍ଵ ଅଣ୍ଡା ସଂଗ୍ରହ କରାଯାଇଥିଲା । ଯାହା ପରବର୍ତ୍ତୀ ବର୍ଷ ମାନଙ୍କରେ କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଅତ୍ୟଧିକ କିରୋସିନ, ଡିଜେଲ ଚାଳିତ ଡଙ୍ଗା ହିଁ ଏମାନଙ୍କ ପାଇଁ ବଡ ପ୍ରତିବନ୍ଧକ ସାଜିବା ସହ କୂଳକୁ ଆସି ଅଣ୍ଡାଦାନ କରିବା ପୂର୍ବରୁ ହିଁ ଏମାନଙ୍କ ମୃତ୍ୟୁ ହେଉଛି ବୋଲି ଚିନ୍ତା ପ୍ରକଟ କରିଛନ୍ତି ପ୍ରକୃତିପ୍ରେମୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶୀତର ଆଗମନରେ ପ୍ରଜନନ ପାଇଁ ଯୋଜନ ଯୋଜନ ଦୂରରୁ ଉପକୂଳକୁ ଚାଲି ଆସିଥାନ୍ତି । ଏମାନଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ବର୍ଷ ନଭେମ୍ବର ୧ରୁ ମେ ୧ ତାରିଖ ଉପକୂଳର ୨୦ କିମି ପର୍ଯ୍ୟନ୍ତ ମାଛଧରିବା ପାଇଁ ଡଙ୍ଗା ବା ବଡ଼ ଟ୍ରଲର ଚଳାଚଳ ନିଷିଦ୍ଧ ରହିଥାଏ । ହେଲେ ବିଗତ କିଛିବର୍ଷ ହେବ ବେଳାଭୂମି ପାଇଁ ସାଜିଛି ଅସୁରକ୍ଷିତ । ରାଜ୍ୟ ସରକାରଙ୍କ କଇଁଛ ସୁରକ୍ଷା କେବଳ ପ୍ରଚାର ସର୍ବସ୍ୱ ହୋଇ ରହିଛି ବୋଲି କହିଛନ୍ତି ଆଇନଜୀବି । ଗୋଟିଏ ପଟରେ ବେଳାଭୂମି ଜବରଦଖଲ ଅନ୍ୟପଟରେ ଡଙ୍ଗା ଚଳାଚଳ ଯୋଗୁଁ  ପ୍ରଦୂଶିତ ଉପକୂଳ ଏବେ କଇଁଛ ଆଗମନ ସଂଖ୍ୟା ହ୍ରାସ ପାଉଛି । ଏଭଳି ସ୍ଥିତି ରହିଲେ ଆଗାମୀ ଦିନରେ ପୁରୀ ବେଳାଭୂମିକୁ କଇଁଛ ଆସିବା ବନ୍ଦ ହେଇଯିବାର ଆଶଙ୍କା ରହିଛି । ତେଣୁ ଏହି ବିରଳ ପ୍ରଜାତିର ସୁରକ୍ଷା ପାଇଁ କେବେ ଚେତିବେ ସରକାର ତାକୁ ନେଇ ଏବେ ବଡ ପ୍ରଶ୍ନ ।
 

Raja Festival
Sponsored
Vulnerable olive ridley turtle at Puri beach | Argus News