Videos
|
Odisha

ଆବାସିକ ଆଶ୍ରମ ବିଦ୍ୟାଳୟରେ ଅସୁରକ୍ଷିତ ଛାତ୍ରଛାତ୍ରୀ

Manini Pattanayak
Browse all articles by Manini Pattanayak
·2 years ago·1 min read
ଆବାସିକ ଆଶ୍ରମ ବିଦ୍ୟାଳୟରେ ଅସୁରକ୍ଷିତ ଛାତ୍ରଛାତ୍ରୀ

ରାୟଗଡା:  ଆବାସିକ ଆଶ୍ରମ ବିଦ୍ୟାଳୟରେ ଅସୁରକ୍ଷିତ ଛାତ୍ର ଛାତ୍ରୀ,ଆନୁଷଙ୍ଗିକ ବ୍ୟବସ୍ଥା ଅଭାବ କାରଣରୁ ଦୁର୍ଗମରେ ହନ୍ତସନ୍ତ ଅବାସୀକ ବିଦ୍ୟାଳୟର ଛାତ୍ରୀ । ଏପରି ଆବାସିକ ଆଶ୍ରମ ବିଦ୍ୟାଳୟରେ ଅସୁରକ୍ଷିତ ଅବସ୍ଥାରେ ଶୌଚ ହେବା ନିମନ୍ତେ ଝରଣାକୁ ଯିବାକୁ ପଡୁଛି । ରାଜ୍ୟ ସରକାରଙ୍କ ମିଛ ଆଦିବାସୀ ପ୍ରିତି, ଯୋଜନା ନାଁରେ ଛାତ୍ରଛାତ୍ରୀ ମାନଙ୍କୁ ମିଛ ପ୍ରତିଶୃତି ଦେଉଛନ୍ତି ରାଜ୍ୟ ସରକାର।

ଏହେଉଛି ରାୟଗଡା ମିରାବାଲି ପଞ୍ଚlୟତର ସଦର ମିରlବାଲି ସ୍କୁଲର ହଷ୍ଟେଲର ଦୃଶ୍ୟ। ଡେସ୍କଲlର ଏବଂ ହଷ୍ଟେଲର ଛାତ୍ରୀ ଙ୍କୁ ମିଶାଇ ସମୁଦାୟ ୧୫୦ ପିଲା ଏଠାରେ ପାଠ ପଢ଼ନ୍ତି। କିନ୍ତୁ ଛାତ୍ରଛାତ୍ରୀଙ୍କ ପାଇଁ ଏଠାରେ ଭିତ୍ତିଭୂମିର ଘୋର ସମସ୍ୟା। ହଷ୍ଟେଲର ଶୌଚାଳୟର ପ୍ୟାନ ଏବଂ ପାଇପ ଲାଇନ ଭାଙ୍ଗି ରୁଜି ଗଲାଣି, ଫଳରେ ଛାତ୍ରୀ ମାନେ ବାହାରକୁ ପ୍ରତିଦିନ ଶୌଚ ନିମନ୍ତେ ଯାଉଛନ୍ତି। ସେଭଳି ହଷ୍ଟେଲରେ ବିଦ୍ୟୁତ୍ ସମସ୍ୟା ମୁଖ୍ୟ ସମସ୍ୟା ପାଲଟିଛି। 

ବିଦ୍ୟାଳୟର ପାକସlଳl, ଶୌଚାଳୟ ଓ ପ୍ରଚେରୀ ନିର୍ମାଣ ପାଇଁ ଆମ ଓଡ଼ିଶା ନବୀନ ଓଡିଶା ପକ୍ଷରୁ ୩ ଲକ୍ଷ ଅର୍ଥ ଖର୍ଚ୍ଚ କରାଯାଇଛି। କିନ୍ତୁ ତାହା ଅଧାପନ୍ତରିଆ ହୋଇ ପଡିରହିଛି।  ସେହିପରି ହାଇସ୍କୁଲ ପାଇଁ 5t ଵ୍ୟଵସ୍ଥାରେ ଅର୍ଥ ମଞ୍ଜୁର ହୋଇଛି ହେଲେ ସ ବୁ କାମ ଅଧପନ୍ତରା ଭାବେ ପଡି ରହିଛି। ଫଳରେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି ଛାତ୍ରଛାତ୍ରୀ।
୫ ଟି ଭିତ୍ତିରେ ରାଜ୍ୟର ସମସ୍ତ ସ୍କୁଲ ଗୁଡିକର ବିକାଶ ହେଉଥିବା ସରକାର କହୁଥିବା ବେଳେ ଏ ହେଉଛି ବିକାଶର ଅସଲ ଚିତ୍ର। ଏଠି ବିକାଶ ପାଇଁ ଅର୍ଥ ମଞ୍ଜୁରୀ ହେଉଛି କିନ୍ତୁ ହେଉନି ବିକାଶ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ  ଓଡ଼ିଶା ଖବର  
 

Vulnerable students in residential ashram schools | Argus News