|
logo
Live
Argus News App
GET APP

Argus News - ଭଲ ରାସ୍ତାଟିଏ ପାଇଁ ଅସରନ୍ତି ଅପେକ୍ଷା

Odisha

ଭଲ ରାସ୍ତାଟିଏ ପାଇଁ ଅସରନ୍ତି ଅପେକ୍ଷା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଭଲ ରାସ୍ତାଟିଏ ପାଇଁ ଅସରନ୍ତି ଅପେକ୍ଷା

Key Points

  • ରାସ୍ତା ନାହିଁ ବୋଲି ଆଣ୍ଠେଇଛି ବିକାଶ
  • ଭଲ ରାସ୍ତାଟିଏ ପାଇଁ ଅସରନ୍ତି ଅପେକ୍ଷା
  • ଅନେକ ଦିନର ଦାବି ଓ ଅପେକ୍ଷା
  • ମାଳ ମାଳ ପ୍ରତିଶୃତି କିନ୍ତୁ ଆଜି ବି ଭଲ ରାସ୍ତା ସାତସ୍ବପ୍ନ 

ଅର୍ଗସ ବ୍ୟୁରୋ:  ବାଲିଗୁଡ଼ା ରେବିଙ୍ଗିଆ ପଞ୍ଚାୟତର ସାତାମାସ୍କା ଗାଁ l ଗାଁ ଟି ସମ୍ପୂର୍ଣ ଭାବେ ଆଦିବାସୀ ଅଧ୍ୟୁଷିତ ଗାଁ। ବାଲିଗୁଡ଼ା ବ୍ଲକ ଓ ଉପଖଣ୍ଡ ସଦର ମହକୁମା ରୁ 15 କିଲୋମିଟର ଦୂର ରେ ଏହି ଗାଁ। ସରକାରଙ୍କ ରେକର୍ଡ ଅନୁସାରେ ଏହି ଗାଁରେ 35 ପରିବାର ବସବାସ କରୁଛନ୍ତି। ଯେଉଁମାନେ ପ୍ରାୟତଃ ଗରିବ ଖଟିଖିଆ ଆଦିବାସୀ ।  ଜଙ୍ଗଲ ଉପରେ ସମ୍ପୂର୍ଣ ନିର୍ଭରଶୀଳ ଏହି ପରିବାର। ହେଲେ ଗାଁକୁ ଯିବାକୁ ଭଲ ରାସ୍ତା ଖଣ୍ଡିଏ ନାହିଁ । ଗାଁକୁ ଯିବାକୁ ହେଲେ ଘଞ୍ଚ ଅରଣ୍ୟ ଭିତରେ ବିପଦଜନକ ପାହାଡ଼ିଆ ଓ ଖାଲ ଢିପ ରାସ୍ତାରେ ଯିବା ଆସିବା କରିବାକୁ ପଡ଼େ।  ଯେଉଁ ରାସ୍ତା ଅଛି ତାହା  ସମ୍ପୂର୍ଣ ପାହାଡ଼ିଆ ରାସ୍ତା। ସେହି ରାସ୍ତାରେ ସାଇକେଲ ଯିବା ତ ଦୂରର କଥା ଚାଲି କି ଯିବା ମଧ୍ୟ କଷ୍ଟକର । ରାସ୍ତାର ଅବସ୍ଥା ଏତେ ସାଙ୍ଘାତିକ ଯେ ନକହିଲେ ଭଲ l ଫଳରେ ରୋଗୀ ହେଉ କି ଗର୍ଭବତୀ ଗାଡ଼ିରେ ମେଡିକାଲ ଯାଇପାରୁ ନାହାନ୍ତି। ରାସ୍ତା ବିନା ଆଜିବି ଦୁର୍ଦ୍ଦିନ ଓ ଦୁର୍ବିସହ ଭିତରେ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି ସମଗ୍ର ଅଞ୍ଚଳବାସୀ।  ହେଲେ ନା ଶୁଣୁଛି ଜିଲ୍ଲା ପ୍ରଶାସନ ନା ନଜର ଦେଉଛନ୍ତି ସ୍ଥାନୀୟ ବିଧାୟକ l

ଆଦିବାସୀ ଅଧୁଷିତ ଅଞ୍ଚଳରେ ଶିକ୍ଷାର ଉନ୍ନତି ପାଇଁ ଏହି ଗାଁରେ ପ୍ରଥମିକ ବିଦ୍ୟାଳୟ ଆରମ୍ଭ ହୋଇଥିଲା। 1975 ମସିହାରେ ସାତାମାସ୍କା ପ୍ରାଥମିକ ବିଦ୍ୟାଳୟ ଟି ପ୍ରତିଷ୍ଠିତ ହୋଇଥିଲା, ବିଦ୍ୟାଳୟ ଟି ଠିକ୍ ଭାବରେ ଚାଲୁଥିଲା ମଧ୍ୟ। ହେଲେ 2016ରେ ତତ୍କାଳିନ ବାଲିଗୁଡ଼ା ଗୋଷ୍ଠି ଶିକ୍ଷା ଅଧିକାରୀ ବିଦ୍ୟାଳୟ ଟିକୁ କମ୍ ଉପସ୍ଥାନ ଥିବା ଦର୍ଶାଇ ବନ୍ଦ ଘୋଷଣା କରିଥିଲେ। ଫଳରେ ଗାଁର ଛୋଟ ଛୋଟ କୋମଳମତି ଆଦିବାସୀ ଛାତ୍ର ଛାତ୍ରୀ ମାନେ ପାଖାପାଖି 4 କିଲୋମିଟର ପର୍ଯ୍ୟନ୍ତ ଘଞ୍ଚ ଜଙ୍ଗଲ ମଧ୍ୟରେ ପଥୁରିଆ ଖାଲ ଢିପ ବାଟ ରେ ବେନାଂଗିଆ ପ୍ରାଥମିକ ବିଦ୍ୟାଳୟ କୁ ଯିବା ଆସିବା କରିବାପାଇଁ ପଡ଼େ। ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଦେଶ ସ୍ଵାଧୀନ ହେବାର ୭୪ ବର୍ଷ ବିତିଯାଇଥିଲେ ବି ଆଜି ମଧ୍ୟ ବହୁ ଗାଁ ଗଣ୍ଡାକୁ ଭଲ ରାସ୍ତାଟିଏ ନାହିଁ । ଭଲ ରାସ୍ତା ନିର୍ମାଣ କରିବା ପାଇଁ ସରକାର ବହୁ ସଡକ ଯୋଜନା କରିଆସୁଥିଲେ ସୁଦ୍ଧା ସରକାରଙ୍କ ସବୁ ଯୋଜନା ଫେଲ ମାରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
ଭଲ ରାସ୍ତାଟିଏ ପାଇଁ ଅସରନ୍ତି ଅପେକ୍ଷା | Argus News