Videos
|
Odisha

ଅବହେଳା ଅବସ୍ଥାରେ ୱାର୍ଡ କୋର୍ଡିନେଟର

Arpita Mohanty
Browse all articles by Arpita Mohanty
·2 years ago·2 min read
ଅବହେଳା ଅବସ୍ଥାରେ ୱାର୍ଡ କୋର୍ଡିନେଟର

ଅର୍ଗସ ବ୍ୟୁରୋ: ଅନ୍ଧକାରମୟ ଏବଂ ଅନିଶ୍ଚିତତା ଭିତରେ ଟିଟିଲାଗଡ଼ ପୌରାଞ୍ଚଳର ୱାର୍ଡ କୋର୍ଡିନେଟର। ଦୀର୍ଘ ଏକ ବର୍ଷ ଧରି ପୌରାଞ୍ଚଳ ମାନଙ୍କରେ ବିଭିନ୍ନ ଦାୟିତ୍ୱ ନିର୍ବାହ କରି ଆସୁଥିବା ବେଳେ ଏଯାଏ ସେମାନଙ୍କୁ ଦରମା ବାବଦକୁ ଟଙ୍କା ଟିଏ ବି ମଳିନାହିଁ। କିନ୍ତୁ ଏବେ ନୂଆ ନିଯୁକ୍ତିକୁ ନେଇ ସନ୍ଧାନ ଚାଲିଛି। ଗତ 2022 ମସିହାରେ ରାଜ୍ୟର ପୌରାଞ୍ଚଳ, ବିଜ୍ଞାପିତ ଅଂଚଳ, ମହାନଗର ତଥା ନଗର ନିଗମ ଗୁଡିକରେ ମିଶନ ଶକ୍ତି ଅଧୀନରେ ପୌରାଞ୍ଚଳର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଗୁଡିକୁ ତୃଣମୂଳ ସ୍ତରରେ ପହଂଚାଇବା ପାଇଁ ଏମାନଙ୍କୁ ନିଯୁକ୍ତି କରାଯାଇଥିଲା l ଜାଗା ମିଶନ, ବିଜୁ ସ୍ୱାସ୍ଥ୍ୟ କାର୍ଡ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଋଣ ପ୍ରଦାନ, ନିର୍ଵାଚନ ସମୟରେ ସର୍ଭେ କରିବା, ପାନୀୟଜଳ ଟିକସ ଆଦାୟ କରିବା,ଷ୍ଟ୍ରିଟ ଲାଇଟ ଅନୁଧ୍ୟାନ, ଟ୍ରେଡ଼ ଲାଇସେନ୍ସ, ମାସିକ ଭତ୍ତା ଭଳି ଅନେକ କାର୍ଯ୍ୟ କରିଆସୁଥିଲେ ସୁଦ୍ଧା ସେମାନଙ୍କୁ କୌଣସି ଦରମା ମିଳିନଥିବାରୁ ଏବେ ୱାର୍ଡ କୋର୍ଡିନେଟର ମାନଙ୍କ ଭବିଷ୍ୟତ ଅନ୍ଧକାର ମୟ ଭିତରକୁ ଚାଲିଯାଇଛି l 

ୱାର୍ଡ କୋର୍ଡିନେଟର ମାନଙ୍କୁ ମାସିକ ଦରମା 12 ହଜାର ଟଙ୍କା ସେଥିରୁ ସ୍ୱୟଂ ସହାୟକ ଗୋଷ୍ଠୀ ମାସିକ 2 ହଜାର ଟଙ୍କା ନିଜ ଗୋଷ୍ଠୀର ସର୍ଭିସ ଚାର୍ଜ ରଖିବା ସହ ମାସିକ 10 ହଜାର ଟଙ୍କା ଦରମା ବାବଦକୁ ଦିଆଯିବା ନେଇ ଚୁକ୍ତି କରିଥିଲା ମିଶନଶକ୍ତି ବିଭାଗ l ଏନେଇ ସମ୍ପୃକ୍ତ ପୌରପରିଷଦ ତଦାରଖ କରିବା ନେଇ ନିୟମ କରାଯାଇଥିଲା l ହେଲେ ଦୀର୍ଘ ଏକ ବର୍ଷ ଧରି ଏମାନେ କୌଣସି ପ୍ରାପ୍ୟ ପାଇନାହାଁନ୍ତି। ଏବେ ସ୍ଥାୟୀ ଚାକିରୀ ସହ ନିୟମିତ ଦରମା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପାଖରେ ନିଜ ଦାବି ରଖିଛନ୍ତି ୱାର୍ଡ କୋର୍ଡିନେଟର । ଏନେଇ ଆଜି ଟିଟିଲାଗଡ଼ ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଟିଟିଲାଗଡ଼ ୱାର୍ଡ କୋର୍ଡିନେଟର, ଗଣ ଟିଟିଲାଗଡ଼ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ମୁନ୍ସିପାଲିଟି ଅଧ୍ୟକ୍ଷlଙ୍କୁ ଦାବିପତ୍ର ଦେବା ସହ ଆସନ୍ତା 29 ତାରିଖରେ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସେମାନେ କହିଛନ୍ତି l

ଅଧିକ ପଢନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ward coordinator in neglect | Argus News