|
logo
Live
Argus News App
GET APP

Argus News -   ଗୋଡେଇ ଗୋଡେଇ ୱାର୍ଡ ମେମ୍ବରଙ୍କୁ  ମାଡ଼ : ଭିଡିଓ ଭାଇରାଲ  

Odisha

  ଗୋଡେଇ ଗୋଡେଇ ୱାର୍ଡ ମେମ୍ବରଙ୍କୁ  ମାଡ଼ : ଭିଡିଓ ଭାଇରାଲ  

Manini Pattanayak
Browse all articles by Manini Pattanayak
·2 years ago
  ଗୋଡେଇ ଗୋଡେଇ ୱାର୍ଡ ମେମ୍ବରଙ୍କୁ  ମାଡ଼ : ଭିଡିଓ ଭାଇରାଲ  

ଭଦ୍ରକ: ୱାର୍ଡ ମେମ୍ବରକୁ ନିସ୍ତୁକ ମାଡ଼, ଭିଡିଓ ଭାଇରାଲ । ଗୋଡେଇ ଗୋଡେଇ ମାଡ଼ ମରାଯାଉଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଘଟଣାଟି  ବାସୁଦେବପୁର ଥାନା ବରଣ୍ଡୁଆ ପଂଚାୟତର ମଧୁସୂଦନପୁର ଗାଁରେ ଘଟିଥିବା ବେଳେ ସରକାରୀ ଜାଗାରେ କମ୍ୟୁନିଷ୍ଟ ସେଣ୍ଟର ନିର୍ମାଣ ହେଉଥିଲା ।

ହେଲେ ମାଳିବ୍ରହ୍ମପୁର ଗାଁର ଉପେନ୍ଦ୍ର ସାହୁଙ୍କ ପରିବାର କମ୍ୟୁନିଷ୍ଟ ସେଣ୍ଟର ଆଗରେ ତାର ଜାଲି ରେ ବାଡ଼ ପକାଇଦେଇଥିଲେ । ଫଳରେ ୱାର୍ଡ ମେମ୍ବର ସେଠାରେ ପହଂଚି ଘଟଣା ସମ୍ପର୍କରେ ପଚାରିବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଉପେନ୍ଦ୍ରଙ୍କ ପରିବାର ଲୋକ । ଯାହା ପାଇଁ ଘଟଣା ସ୍ଥଳରେ ଉତେଜନା ଦେଖା ଦେଇଥିଲା ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏ ନେଇ ଥାନାରେ ୱାର୍ଡମେମ୍ବର ଲିଖିତ ଅଭିଯୋଗ କରିଛନ୍ତି ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
  ଗୋଡେଇ ଗୋଡେଇ ୱାର୍ଡ ମେମ୍ବରଙ୍କୁ  ମାଡ଼ : ଭିଡିଓ ଭାଇରାଲ   | Argus News