Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟିମ ଇଣ୍ଡିଆକୁ ଭବ୍ୟ ସ୍ୱାଗତ: କଳିଙ୍ଗ ଷ୍ଟାଡିୟମରେ ବ୍ରୋଞ୍ଜ ବିଜୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·1 min read
ଟିମ ଇଣ୍ଡିଆକୁ ଭବ୍ୟ ସ୍ୱାଗତ: କଳିଙ୍ଗ ଷ୍ଟାଡିୟମରେ ବ୍ରୋଞ୍ଜ ବିଜୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସର ହକି ଇଭେଣ୍ଟରେ କମାଲ କରିବା ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ ପାଦ ଥାପିଛି ଟିମ ଇଣ୍ଡିଆ । ପ୍ୟାରିସ ଅଲିମ୍ପିକ୍ସରେ ସ୍ପେନକୁ ଧୂଳି ଚଟାଇ କାଂସ୍ୟ ପଦକ ହାସଲ କରିଛି ଟିମ୍ ଇଣ୍ଡିଆ । ଏହାପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଏଭଳି ଇତିହାସ ରଚି ଫେରିଥିଲା ଟିମ ଇଣ୍ଡିଆ ।  ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ବିଶାଳ ରୋଡ ଶୋ’ରେ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଛି ଭାରତୀୟ ହକି ଟିମ । ଏଠାରେ ପହଞ୍ଚିବା ହକି ଟିମ ସହ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଟିମ ଇଣ୍ଡିଆର ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ବିଶାଳ ରୋଡ ଶୋ’ କରି କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲା ଟିମ୍ ଇଣ୍ଡିଆ । ପ୍ୟାରିସ ଅଲିମ୍ପିକ୍ସରେ ଚମକିବା ପରେ ଟିମ୍ ଇଣ୍ଡିଆ ପାଇଁ ୪ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ଓଡ଼ିଶା ସରକାର । ୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିଛି ଓଡ଼ିଶା । ଏହି ସଫଳତା ପଛରେ ଓଡ଼ିଶା ସରକାରଙ୍କ ମଧ୍ୟ ଅବଦାନ ରହିଛି । ଏହିକ୍ରମରେ ପୁରା ଟିମ ଓ ସପୋର୍ଟ ଷ୍ଟାଫଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ । ଆଜି ଏଠାରେ ପହଞ୍ଚିବା ପରେ ସେମାନଙ୍କ ଗ୍ରାଣ୍ଡ ୱେଲକମ୍ କରାଯାଇଛି । ରୋଡ ଶୋ’ ସମୟରେ ପାରମ୍ପରିକ ନୃତ୍ୟ ଗୀତର ଆସର ଜମିଥିଲା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Warm welcome | Argus News