ଆଜି ବଜ୍ରପାତ ସହ ବର୍ଷା ନେଇ ସତର୍କତା, ତଥାପି ତାତିରେ ଲାଗିବନି ବ୍ରେକ
·2 years ago·1 min read

ଭୁବନେଶ୍ୱର: ହନ୍ତସନ୍ତ କରୁଛି ଉତ୍ତାପ। ଆଭ୍ୟନ୍ତରୀଣ ଓଡିଶାରେ ତାତିର ଅଘୋଷିତ କର୍ଫ୍ୟୁ। ଦିନର ତାତିଠୁ ବଳିଯାଉଛି ରାତ୍ରିରେ ତାପମାତ୍ରା। ଗତକାଲିଠାରୁ ରେକର୍ଡ ସୃଷ୍ଟି କରିଛି ଉଷ୍ମ ରାତି। ଦିନରେ ୪୦ ଡିଗ୍ରୀ ସହ ରାତିରେ ସ୍ବାଭାବିକ ଠାରୁ ୫ ଡିଗ୍ରୀ ଉପରେ ପାରଦ। ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡ ରେ ଉଷ୍ମ ରାତି ରେକର୍ଡ।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର। ପିକ୍ ଆଓ୍ବାରରେ ସତର୍କ ରହିବାକୁ ପରାମର୍ଶ ଦେଲା ପାଣିପାଗ କେନ୍ଦ୍ର ଉପକୂଳ ଓଡିଶାରେ ତାତି ସହ ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି। ୩୮ ଡିଗ୍ରୀ ତାପମାତ୍ରା ସହ ୬୦ ପ୍ରତିଶତ ଉପରେ ରହୁଛି ଆଦ୍ରତା। ତାତି ଏବଂ ଆଦ୍ରତା ପାଇଁ ସୃଷ୍ଟି ହୋଇଛି ଅସହ୍ୟ ପାଣିପାଗ। ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ବଜ୍ରପାତ ନେଇ ସତର୍କତା। ବର୍ଷା ହେଲେବି ତାତିରେ ଲାଗିବନି ବ୍ରେକ। ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: