Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡ୍ରେନ୍ କାମ ବନ୍ଦ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ

Ritu Das
Browse all articles by Ritu Das
·2 years ago·2 min read
ଡ୍ରେନ୍ କାମ ବନ୍ଦ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ

ଅର୍ଗସ ବ୍ୟୁରୋ: ଭବାନୀପାଟଣାରେ ଚାଲିଛି ପୌରାଧ୍ୟକ୍ଷାଙ୍କ ମନମାନି। ଶୁଣୁ ନାହାନ୍ତି ଲୋକଙ୍କ ସମସ୍ୟା। ନିଜ ସ୍ବାର୍ଥ ପାଇଁ ମନ୍ଦିରକୁ ଭୁଲିଗଲେ। ଡ୍ରେନ୍ ନିର୍ମାଣକୁ ମନ୍ଦିର ସୁରକ୍ଷା ସମିତିର ବିରୋଧ ପରେ ମଧ୍ୟ କିଛି ଶୁଣିବାକୁ ରାଜି ନାହାନ୍ତି ପୌରାଧ୍ୟକ୍ଷା। ଜିଲ୍ଲାପାଳ ମଧ୍ୟ ଚୁପ୍।

ଭବାନୀପାଟଣା ସହର ମଧ୍ୟରେ ପ୍ରାୟ ୨୦୦ ବର୍ଷ ପୁରୁଣା ବାଲାଜୀ ମନ୍ଦିର ଅବସ୍ଥିତ। ଦେବୋତ୍ତର ବିଭାଗ ଦ୍ଵାରା ପରିଚାଳିତ ବାଲାଜୀ ମନ୍ଦିରରେ ଶିବ, ହନୁମାନ, ଶନି ଦେବଙ୍କ ସମେତ ଅନେକ ପାର୍ଶ୍ଵ ଦେବାଦେବୀ ପୂଜା ପାଉଛନ୍ତି। ଦୈନନ୍ଦିନ ପୂଜା, ନବ ଦିନାତ୍ମକ ରାମ ନବମୀ, ନବରାତ୍ରି, ଅଷ୍ଟପ୍ରହର, ବିବାହ ବ୍ରତ ଭଳି ସାମାଜିକ କାର୍ଯ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥାଏ। ଅଥଚ ପୋରପଳିକା ଦ୍ଵାରା ପୌରାଧ୍ୟକ୍ଷାଙ୍କ ଘର ନିକଟରୁ ରଥ ଖଳା ଦେଇ ବାଲାଜୀ ମନ୍ଦିର ଯାଏଁ ଏକ ଡ୍ରେନ ନିର୍ମାଣ ହେଉଛି। ଏହାଦ୍ଵାରା ମନ୍ଦିରର ପବିତ୍ରତା ନଷ୍ଟ ହେବା ସହ ପରିବେଶ ଦୂଷିତ ହେବାର ଆଶଙ୍କା ରହିଛି। ରଥ ଖଳାଟି ଦେବୋତ୍ତର ବିଭାଗ ସ୍ଥାନରେ ରହିଛି, ଏଣୁ ଦେବାତ୍ତର ବିଭାଗର ସହକାରୀ କମିଶନରଙ୍କ ଆପତ୍ତି ସତ୍ତ୍ବେ ଏହି ନିର୍ମାଣ କାର୍ଯ୍ୟ ଚାଲିଛି।

ରଥ ଖଳାରେ ଡ୍ରେନ ନିର୍ମାଣ ହେଲେ ବାଲାଜୀ ମନ୍ଦିର ଧର୍ମକର୍ମ କାର୍ଯ୍ୟ ଗୁଡିକରେ ସମସ୍ୟା ହେବା ନୀତି ପ୍ରତି ଦର୍ଶନାର୍ଥୀଙ୍କୁ ସମସ୍ୟା ହେବ। ମନ୍ଦିର ସାମ୍ନା ପୋତି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବ। ନାଲରୁ ମନ୍ଦିର ଖାଲରେ ଥ‌ିବାରୁ ମନ୍ଦିର ପରିସରକୁ ସହରର ବିଭିନ୍ନ ନାଲ ପାଣି, ମାଂସ ଦୋକାନ, କୁକୁଡ଼ା ଦୋକାନର ମଇଳା ପାଣି ପଶିବାର ଆଶଙ୍କା ରହିଛି। ମନ୍ଦିର ସୁରକ୍ଷା ସମିତି କାର୍ଯ୍ୟକର୍ତ୍ତା ପୌରାଧକ୍ଷାଙ୍କୁ ସେହି ସ୍ଥାନରେ କାମ ବନ୍ଦ କରିବା ପାଇଁ ଅନୁରୋଧ କରିବାରୁ, ସେ କହିଲେ "କାମ ବନ୍ଦ ହେବା ନାହିଁ ଅଲବତ୍ ଏଇଠି କରାଯିବ। ଜିଲ୍ଲାପାଳଙ୍କୁ ସାକ୍ଷାତ କରି କାମ ବନ୍ଦ ପାଇଁ ଅନୁରୋଧ କରିଥିଲେ, ତଥାପି କାମ ବନ୍ଦ ହେବାରୁ ମନ୍ଦିର ସୁରକ୍ଷା ସମିତି ଓ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବାଲାଜୀ ମନ୍ଦିର ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଆମେ ଯେତେବେଳେ ପୌରାଧ୍ୟକ୍ଷାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲୁ ସେ ବର୍ତ୍ତମାନ କିଛି କହିବେ ନାହିଁ ବୋଲି କହିଥିଲେ ଏବଂ ନିର୍ବାହୀ ଅଧିକାରୀ କହିଥିଲେ କାମ ଅଧାରୁ ଅଧିକ ସାରି ସାରିଲାଣି ଏବଂ ସେହି ଜମି ଜାତୀୟ ରାଜପଥରେ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କାହିଁକି ମନ୍ଦିର ସମସ୍ୟା ବୁଝିବା ପାଇଁ ନାରାଜ ପୌରାଧ୍ୟକ୍ଷା? କଣ ନିଜ ଘର ପାଇଁ ନିର୍ମାଣ କରୁଛନ୍ତି କି ଡ୍ରେନ୍?

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Warning to stop | Argus News