Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଗମରେ ଦୁସ୍ଥ ଜଳ ଯୋଗାଣ ବ୍ୟବସ୍ଥା

Manini Pattanayak
Browse all articles by Manini Pattanayak
·2 years ago·1 min read
ଦୁର୍ଗମରେ ଦୁସ୍ଥ ଜଳ ଯୋଗାଣ ବ୍ୟବସ୍ଥା

ମୟୁରଭଂଜ : ଦୁର୍ଗମରେ ଦୁସ୍ଥ ଜଳ ଯୋଗାଣ ବ୍ୟବସ୍ଥା। ଯୋଜାନ ନାଁରେ ହୋଇଛି ପ୍ରକଳ୍ପ କିନ୍ତୁ ଏହାର ଲାଭ ପାଉ ନାହାନ୍ତି ଉପାନ୍ତବାସୀ। ସରକାରୀ ଯୋଜନାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ମୟୁରଭଞ୍ଜ ବକଳା ଗାଁରେ। ବହୁ ବର୍ଷ ତଳେ ଗାଁରେ ଟିୱେଲର ବ୍ୟବସ୍ଥା କରାଯାଇଥିଲା ମାତ୍ର ତାହା ଏବେ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଛି। ସେଭଳି ବସୁଧା ଯୋଜନାରେ ପ୍ରକଳ୍ପ ହୋଇଛି, ପାଇପ ବିଛା ଯାଇ ଘରକୁ ଘର ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ଲାଗିଛି ହେଲେ ଆଜି ଯାଏଁ ପହଞ୍ଚି ପାରିଲା ନାହିଁ ଶୁଦ୍ଧ ପାନୀୟ ଜଳ। 

 ଖାଲି ପାଣି ସମସ୍ୟା କାହିଁକି ଯଶିପୁର ମଣଦା ପଞ୍ଚାୟତର ବାରିଆ ଗାଁକୁ ଆଜି ଯାଏଁ ପକ୍କା ରାସ୍ତା ସଂଯୋଗ ହୋଇ ପାରିନି। ନାଲି ମାଟିର କଚ୍ଚା ରାସ୍ତାରେ ପ୍ରତିଦିନ ଆତଯାତ କରୁଛନ୍ତି ଅଞ୍ଚଳବାସୀ। ରାସ୍ତା ଏମିତି ଅସରାଏ ବର୍ଷା ହେଲେ ରାସ୍ତାର ହାଲ ବେହାଲ ହୋଇ ପଡୁଛି। ଫଳରେ ଯିବା ଆସିବା କରିବାରେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି ବାରିଆବାସୀ।  ବିକାଶର ବାହାବାହି ନେଉଥିବା ବିଜେଡି ସରକାରଙ୍କ ଏହେଉଛି ବିକାଶର ଚିତ୍ର। ଗାଁକୁ ନାହିଁ ରାସ୍ତା ପିଇବାକୁ ମିଳୁନି ମୁନ୍ଦାଏ ବିଶୁଦ୍ଧ ପାଣି। ଯୋଜନା ହୋଇଛି ମାତ୍ର ଏହାର ଲାଭ ପାଉ ନାହାନ୍ତି ଉପାନ୍ତବାସୀ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored