Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି ଟୋପାଏ ପାଈଁ ଡହଳବିକଳ ଶୁଳିଆପଦା ବ୍ଲକବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପାଣି ଟୋପାଏ ପାଈଁ ଡହଳବିକଳ ଶୁଳିଆପଦା ବ୍ଲକବାସୀ

ଅର୍ଗସ ବ୍ୟୁରୋ:  ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ। ବର୍ଷ ପରେ ବର୍ଷ ବିତୁଛି କିନ୍ତୁ ଲୋକଙ୍କ ଶୋଷ ମେଣ୍ଟୁନି । କେମିତି ଶୋଷ ମେଣ୍ଟିବ ? ଦେଖନ୍ତୁ ଏ ପାଣିଟାଙ୍କିକୁ  । ବର୍ଷ ବର୍ଷ ହେବ ଏପରି ଛିଡା ହୋଇଛି। ଗୋଟିଏ ଗାଁ କି ଦୁଇଟି ଗାଁରେ ନୁହଁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି ସମାନ ଚିତ୍ର।  ଲୋକଦେଖାଣିଆ ଭାବେ ଏପରି ପାଣିଟାଙ୍କି ଛିଡା ହୋଇଛି ।  ଲୋକଙ୍କ ପାଖରେ ପହଞ୍ଚି ପାରିନି ମୌଳିକ ସୁବିଧା। ଫେଲ ମାରିଛି ବସୁଧା ଯୋଜନା । କେବଳ ପ୍ରଚାର ପ୍ରସାରରେ ସୀମିତ ଘରେ ଘରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ। ଟୋପେ ପାଣିପାଇଁ ଡହଳ ବିକଳ ଅଞ୍ଚଳବାସୀ ।

ବ୍ଲକ ବାସୀ କେବଳ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ତାହା ନୁହଁ ରାସ୍ତା ଘାଟର ସମସ୍ୟା ଅନେକ। ଦେଖନ୍ତୁ ଏ ଚିତ୍ରକୁ କିଭଳି ଭାବେ ଲୋକେ ଯିବା ଆସିବା କରୁଛନ୍ତି। ରାସ୍ତା ମଝିରେ ଆଣ୍ଠୁଏ ଆଣ୍ଠୁଏ ଖାଲ। ସତେ ଯେପରି ପ୍ରଶାସନ ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛି। କିନ୍ତୁ ଏଠାରେ ଯମ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ। ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ। ଏ ହେଉଛି ବାଘଡ଼ାରୁ ପଶ୍ଚିମବଙ୍ଗ କେଶରରେଖାକୁ ସଂଯୋଗ କରୁଥିବା ରାସ୍ତାର ଚିତ୍ର। ଖାଲି ଏହି ରାସ୍ତା ନୁହେଁ ବ୍ଳକର ବିଭିନ୍ନ ଗ୍ରାମରେ ରାସ୍ତାର ଏପରି ସମାନ ଅବସ୍ଥା। କେବେ ପହଁଚିବ ଗ୍ରାମାଞ୍ଚଳରେ ବାସବାସ କରୁଥିବା ଜନସାଧାରଣଙ୍କ ପାଖରେ ସରକାରୀ ଯୋଜନା । ନା ସରକାରୀ ଯୋଜନା କେବଳ କାଗଜ କଲମରେ ସିମୀତ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
water and road problem in suliapada | Argus News