Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଉପାନ୍ତ ପାହାଡି ଇଲାକାରେ ଲୋକଙ୍କୁ ପାଣି ଚିନ୍ତା

Odisha

ଉପାନ୍ତ ପାହାଡି ଇଲାକାରେ ଲୋକଙ୍କୁ ପାଣି ଚିନ୍ତା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଉପାନ୍ତ ପାହାଡି ଇଲାକାରେ ଲୋକଙ୍କୁ ପାଣି ଚିନ୍ତା

ଅର୍ଗସ ବ୍ୟୁରୋ: ଉପାନ୍ତ ପାହାଡି ଇଲାକାରେ ଲୋକଙ୍କୁ ପାଣି ଚିନ୍ତା, ଏପଟେ ନେତାଙ୍କୁ ଘାରିଛି ଟିକେଟ ଚିନ୍ତା l ଫେବୃଆରୀରୁ ଜଳକଷ୍ଟ ଭୋଗୁଛନ୍ତି ବଣ ପାହାଡ଼ ଘେରା କମ୍ପାନୀଗୁମାବାସି l କାମରେ ଆସୁନି ବସୁଧା ପ୍ରକଳ୍ପ, ଅଚଳ ହୋଇ ପଡିଛି ସୋଲାର ଟ୍ୟାପ ।  ଏପଟେ ନଳକୂଅ ଅବସ୍ଥା ନ କହିବା ଭଲ l  ଏ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ପଞ୍ଚାୟତର ବଣପାହାଡ଼ ଘେରାର କମ୍ପାନୀଗୁମା ଗାଁ l ଗାଁ ନୁହେଁତ ସମସ୍ୟାର ଗନ୍ତାଘର।

କମ୍ପାନୀଗୁମାରେ ବସୁଧା ଯୋଜନାରେ ପ୍ରକଳ୍ପ ହୋଇଛି l ପାଇପ ପୋତା ଯାଇ ଘର ସମ୍ମୁଖରେ ଟ୍ୟାପ ଲଗା ଯାଇଛି, ହେଲେ କେଉଁଠି ଷ୍ଟାଣ୍ଡ ଭାଙ୍ଗି ପଡିଛି ତ କଉଁଠି ପାଇପରେ ଆଦୌ ଷ୍ଟାଣ୍ଡ ଲାଗିନାହିଁ l ଖାଲି ଏତିକି ନୁହେଁ ଏଠାରେ ଥିବା ସୋଲାର ଟ୍ୟାପ ଅଚଳ ହୋଇ ପଡିଛି l ଏହାର ମରାମତି ପାଇଁ ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ସେପଟେ ଖଡ଼ିଆଳ ବିଡିଓ ସମସ୍ୟାର ସମାଧାନ ଶିଘ୍ର କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l ସରକାର ଦୁର୍ଗମର ବିକାଶ କଥା କହୁଥିବା ବେଳେ କମ୍ପାନୀଗୁମା ବାସୀଙ୍କ ଜଳ ଯନ୍ତ୍ରଣା କାହାକୁ ଦେଖାଯାଉନି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Water concerns for people in suburban hilly areas | Argus News