Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଘଟକେଶ୍ବର ଡ଼୍ୟାମରୁ ଚାଷ ଜମିକୁ ଗଲା ପାଣି

Odisha

ଘଟକେଶ୍ବର ଡ଼୍ୟାମରୁ ଚାଷ ଜମିକୁ ଗଲା ପାଣି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଘଟକେଶ୍ବର ଡ଼୍ୟାମରୁ ଚାଷ ଜମିକୁ ଗଲା ପାଣି

ଅର୍ଗସ ବ୍ୟୁରୋ:  ଚାଷ ଜମିକୁ ପହଞ୍ଚିଲା ପାଣି । ଚାଷୀ ଖୁସ୍ । ବିଜେଡି ସରକାରବେଳେ ଖାଲି ପ୍ରକଳ୍ପରେ ଅଟକି ରହିଥିଲା ଜଳ ଯୋଗାଣ । ବିଜେପି ସରକାର ଆସିବାର 4 ମାସରେ ତାର ସମାଧାନ କରିଛି । ଆମେ କହୁଛୁ ବହୁ ପ୍ରତୀକ୍ଷିତ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କଙ୍କିଆ ପଞ୍ଚାୟତର ଘଟକେଶ୍ବର ଡ୍ୟାମ୍ କଥା । 2021 ମସିହା ଡିସେମ୍ବର ମାସରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଫେବୃୟାରୀ ମାସ ୨ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ସୁଦ୍ଧା ଜଳ ଯୋଗାଣ ହୋଇପାରିନଥିଲା ।... ଯାହାକି ନୂଆ ସରକାର ଆସିଵା ପରେ ଘଟକେଶ୍ବର ଡ୍ୟାମରୁ ଚାଷ ଜମିକୁ ପାଣି ଛଡାଯାଇଛି । ଡ୍ୟାମର ଜଳଧାରଣ କ୍ଷମତା ୮୬୦ ହେକ୍ଟ ମିଟର ରହିଥିବାବେଳେ ୭୧୦ ହେକ୍ଟର ଚାଷ ଜମିକୁ ଜଳଯୋଗାଣ କରାଯାଇପାରିବ । ଡ୍ୟାମର ୨୬୬ ମିଟର ଲମ୍ବ ରହିଥିବାବେଳେ ଉଚ୍ଚତା ୪୦ ମିଟର । ଡ୍ୟାମର ୯୦ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ଅଣ୍ଡର ଗ୍ରାଉଣ୍ଡ ପାଇପ ଲାଇନ୍ କାମ ୧୦ ପ୍ରତିଶତ କାମ ବାକି ରହିଛି । ଚଳିତ ମାସରେ ସମସ୍ତ କାର୍ଯ୍ୟ ଶେଷ ପରେ କୁକୁଡ଼ାଖଣ୍ଡି ବ୍ଳକର ସମସ୍ତ ପଞ୍ଚାୟତ ଏବଂ ବ୍ରହ୍ମପୁର ସହରର କିଛି ଅଞ୍ଚଳକୁ ୧୦ MLD ପାଣି ଯୋଗାଣ କରାଯିବ କହିଛନ୍ତି ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ।

ତେବେ କିଭଳି ଚାଲିଛି ଘଟକେଶ୍ବର ଡ୍ୟାମ୍ ଗତ କିଛିଦିନ ତେଳେ ତାହା ବୁଲି ଦେଖିଥିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ।.... ପ୍ରାୟ ୨୯୦ କୋଟି ଟଙ୍କାରେ ପ୍ରକଳ୍ପ ହୋଇଥିବା ବେଳେ କ୍ଷମତା ଦେଖି ଅଧିକ ଜଳଯୋଗାଣ ବୃଦ୍ଧି କରାଯିବା ନେଇ ପଦକ୍ଷେପ ନିଆଯିବ କହିଛନ୍ତି ପରିବହନ ମନ୍ତ୍ରୀ ଓ ଦିଗପହଣ୍ଡି ବିଧାୟକ ।ଜଳସେଚନ ନାଁରେ ଧୋକା ଦେଇଥିଲା 24 ବର୍ଷର ବିଜେଡି ସରକାର । ନାଁକୁ ପ୍ରକଳ୍ପ ଉଦଘାଟନ କରି ପାଣିର ଦେଖା ନଥିଲା । ଯାହାକି ବିଜେପି ସରକାର ଆସିବାର 4 ମାସରେ ଜଳସେଚନ ସୁବିଧା ଲାଗି ଖୋଲିଲା ବାଟ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Water from the Ghatakeswar dam went to the farmland | Argus News