ରାସ୍ତା ଉପରେ ଅଣ୍ଟାଏ ପାଣି
·1 year ago·1 min read

ଅର୍ଗସ ବ୍ୟୁରୋ: ପ୍ରବଳ ଲଘୁଚାପ ବର୍ଷାରେ ନୀଳଗିରି ବେହାଲ। କେସିପୁର ପଞ୍ଚାୟତରୁ ଛତ୍ରପୁରର ୧୯ ନଂ ରାଜ୍ୟ ରାଜପଥ ରାସ୍ତାକୁ ସଂଯୋଗ କରୁଥିବା ଭେଯିଗୁଠ ଗାଁ ରାସ୍ତା ଉପରେ ଅଣ୍ଟାଏ ପାଣି ପ୍ରବାହିତ ହେଉଛି। ଭେଜିଗୁଠ, ଚଉଦମାଣିଆ, ବେତକଟା, ଅଶୋକନାଳ, ଗୋବପାଳ, ନଟାପଡା, ବାସକନାଳ, ବୁଦୁଡାହି, ନିମଚତୁରି ପ୍ରଭୁତି ଗାଁର ଲୋକମାନଙ୍କର ଯାତାୟାତରେ ବାଧାପ୍ରାପ୍ତ ହୋଇଛି।
ରାସ୍ତା ଉପରେ ଅଣ୍ଟାଏ ପାଣି ସୁଅରେ ସଭିଏଁ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ତରତରୀ ନଈ ଉପରେ ଦୁଇ ବର୍ଷ ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବ୍ରିଜ ଅଧା ନିର୍ମାଣ ହୋଇ ପଡି ରହିଛି। ଫଳରେ ରାସ୍ତା ଉପରେ ନଈ ପାଣିର ସୁଅରେ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି ଗ୍ରାମବାସୀ। ସେହିପରି ଜାମୁଡିହା ପଞ୍ଚାୟତର ଗୁଡିଶୂଳ ଗାଁରେ ତିନି ଜଣଙ୍କ ଘରେ ଡ୍ରେନ ପାଣି ପଶିଛି। ଖବର ପାଇ ନୀଳଗିରି ରାଜସ୍ୱ ପକ୍ଷରୁ ସଜନାଗଡ଼ ଆର.ଆଇ ଓ ନୀଳଗିରି ଅଗ୍ନିଶମ ବିଭାଗ ପହଞ୍ଚି ତଦାରଖ କରୁଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: