Videos
|
Odisha

5ଟି ହସ୍ପିଟାଲ ଛାତରୁ ସାରା ରାତି ଗଳୁଛି ପାଣି 

Manini Pattanayak
Browse all articles by Manini Pattanayak
·2 years ago
5ଟି ହସ୍ପିଟାଲ ଛାତରୁ ସାରା ରାତି ଗଳୁଛି ପାଣି 

ବ୍ରହ୍ମପୁର:  5ଟି ହସ୍ପିଟାଲର ବିକାଶର ବାସ୍ତବତାକୁ ଧୋଇଦେଲା ବର୍ଷା । ଅତ୍ୟାଧୁନିକ ହସ୍ପିଟାଲ ଛାତରୁ ସାରା ରାତି ଗଳୁଛି ପାଣି । ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡ ଚିକିତ୍ସାଳୟରୁ ଏଅଭାବନୀୟ ଦୃଶ୍ୟ ସାମନାକୁ ଆସିଛି ।  ପ୍ରସୂତି କକ୍ଷ ପାଖ ଦୁଇଟି ସ୍ଥାନରୁ ପାଣି ଗଳିବା ସହ ସିଲିଙ୍ଗ ଦେଇ ପାଣି ତଳେ ପଡୁଛି ।

ସେପଟେ ଛାତରୁ ପାଣି ଗଳୁଛି ଏପଟେ ବର୍ଷା ପାଣି ସଂରକ୍ଷଣର ସାହାରା ପାଲଟିଛି ଡଷ୍ଟବିନ୍ ।  ସରକାର ମେଡିକାଲର ଭିତ୍ତିଭୂମି ଉନ୍ନତିକରଣ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଆସିକା ଉପଖଣ୍ଡ ଚିକିତ୍ସାଳୟର ଏଦୃଶ୍ୟ ବିକାଶର ନାରାକୁ ଉପହାସ କରୁଛି ।  ମେଡିକାଲ ଅବ୍ୟବସ୍ଥା ନେଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l  

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Water is leaking from the roof of the state-of-the-art hospital throughout the night | Argus News