Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକ ମୁଣ୍ଡଳୀରେ କମିଲା ମହାନଦୀର ଜଳସ୍ତର

Smruti Parija
Browse all articles by Smruti Parija
·1 year ago·1 min read
କଟକ ମୁଣ୍ଡଳୀରେ କମିଲା ମହାନଦୀର ଜଳସ୍ତର

ସମ୍ବଲପୁର:  ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍ । ଉପରମୁଣ୍ଡରେ ପ୍ରବଳ ବର୍ଷା ହେତୁ ଗତ ରବିବାର ହୀରାକୁଦର ୨୦ଟି ଗେଟ୍ ଖୋଲା ଯାଇଥିଲା । ମାତ୍ର ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ ୨ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି । ଏବେ ହୀରାକୁଦ ଡ୍ୟାମର ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପାର୍ଶ୍ବରେ ୧୨ ଓ ଦକ୍ଷିଣ ପାର୍ଶ୍ବର ୬ଟି ଗେଟ୍‌ ଖୋଲା ଅଛି । ହୀରାକୁଦର ଜଳସ୍ତର ୬୧୧.୮୫ ଫୁଟ୍ । ୧ ଲକ୍ଷ ୫୭ ହଜାର ୨୭୨ କ୍ୟୁସେକ ଜଳ ପ୍ରବେଶ ଓ ୩ ଲକ୍ଷ ୯ ହଜାର ୭୪୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଗତ ରବିବାର ପର୍ଯ୍ୟାୟ କ୍ରମେ ୨୦ଟି ଗେଟ୍ ଖୋଲାଯାଇଥିଲା ।

ହୀରାକୁଦରେ ଦୁଇଟି ଗେଟ୍ ବନ୍ଦ ହେବା ପରେ କଟକ ମୁଣ୍ଡଳୀରେ କମିଲା ମହାନଦୀର ଜଳସ୍ତର । ସକାଳ ୬ଟା ସୁଦ୍ଧା ୪ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଅପଷ୍ଟ୍ରିମ୍‌ରେ ୮୭.୮୦ ଓ ଡାଉନଷ୍ଟ୍ରିମ୍‌ରେ ୮୪.୯୦ ଫୁଟ୍ ଜଳସ୍ତର ରହିଛି । ରାତିରେ ୪ ଲକ୍ଷ ୮୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିଲା । ଜଳସ୍ତର କମିଥିବାରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା ନାହିଁ ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Water level decrease-in Cuttack Munadali | Argus News